ନବମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର, ଉପସ୍ଥିତ ଥିଲେ ଜେପି ନଡ୍ଡା
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ । ନୀତୀଶ କୁମାରଙ୍କ ଇସ୍ତଫା ପରେ ବିହାରରେ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ରବିବାର ସନ୍ଧ୍ୟାରେ ନବମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ଭାଜପା ସଭାପତି ଜେ.ପି. ନଡ୍ଡା ଉପସ୍ଥିତ ରହିଥିଲେ।

ଭାଜପା ନେତା ସମ୍ରାଟ ଚୌଧୁରୀ ବିହାରର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। କୁଶୱା ଜାତିର ଏବଂ ବିହାର ଭାଜପା ସଭାପତି। ସେ ଭେଟେରାନ ନେତା ଶକୁନି ଚୌଧୁରୀନ ପୁଅ ଅଟନ୍ତି। ସେହିଭଳି ଲାଖୀସରାଇ ଆସନରୁ ଚାରିଥର ବିଧାୟକ ବିଜୟ ସିହ୍ନା ଭୁମିହାର ଜାତିର ପ୍ରତିନିଧିତ୍ବ କରନ୍ତି। ସେ ବିହାରର ନୂତନ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ପୂର୍ବ ସରକାରରେ ଶ୍ରମ ସମ୍ବଳ ମନ୍ତ୍ରୀ ଥିଲେ।












Click it and Unblock the Notifications