ବଦଳି ଗଲେ ନୀତୀଶ! ନୀତି ଆୟୋଗ ବୈଠକରେ ଦେଲେନି ଯୋଗ
ନୂଆଦିଲ୍ଲୀ: ଆଜି ନୂଆ ଦିଲ୍ଲୀରେ ବସିଛି ନୀତି ଆୟୋଗ ବୈଠକ । ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକର ମୁଖ୍ୟ ଫୋକସରେ ରହିଛି ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ । ଏଥିପାଇଁ ଆଲୋଚନାର ପ୍ରମୁଖ ୫ଟି ପ୍ରସଙ୍ଗ ରୁପେ ପାନୀୟ ଜଳ, ବିଦ୍ୟୁତ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଜମି ଓ ସଂପତ୍ତି ଡିଜିଟାଇଜେସନ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିସହ ସାଇବର ସିକ୍ୟୁରିଟି ଏବଂ ଏଆଇ ଉପରେ ମଧ୍ୟ ସ୍ୱତନ୍ତ୍ର ଅଧିବେଶନରେ ଆଲୋଚନା କରାଯିବ ।
ଏପଟେ ନୀତି ଆୟୋଗ ବୈଠକକୁ ବିରୋଧୀ ଇଣ୍ଡି ମେଣ୍ଟ ବର୍ଜନ କରିବାକୁ ଘୋଷଣା କରିଥିବାବେଳେ ମମତା ବୈଠକରେ ଯୋଗଦେଇଛନ୍ତି । ମମତାଙ୍କ ବ୍ୟତୀତ ନୀତି ଆୟୋଗ ବୈଠକରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଏହି ବେଠକରେ ଯୋଗଦେଇଛନ୍ତି । ହେମନ୍ତ ସୋରେନଙ୍କ ଦଳ ଜେଏମଏମ୍ ଇଣ୍ଡି ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ।

ମମତା ଓ ହେମନ୍ତ ନୀତି ଆୟୋଗ ବୈଠକରେ ଯୋଗଦେବାକୁ ନେଇ ଇଣ୍ଡି ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା କୁହାଯାଇଛି । ଆଉ ଏହା ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନୀତୀ ଆୟୋଗ ବୈଠକରେ ଯୋଗ ଦେଇନାହାଁନ୍ତି ଏନଡିଏର ସମର୍ଥକ ତଥା ବିହାର ମୁଖ୍ରମନ୍ତ୍ରୀ ନୀତୀଶ କୁମାର । ସୁଚନାନୁସାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନୀତି ଆୟୋଗ ବୈଠକରେ ଯୋଗ ଦେଇ ନାହାନ୍ତିି । ସୂଚନାନୁସାରେ, ସେ ଡେପୁଟି ସିଏମ ସମ୍ରାଟ ଚୌଧୁରୀଙ୍କୁ ବୈଠକରେ ଯୋଗ ଦେବାକୁ ଅନୁମତି ଦେଇଛନ୍ତି ।
କିନ୍ତୁ ନୀତୀ ଆୟୋଗର ନିୟମ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କେହି ଏଥିରେ କେହି ଯୋଗ ଦେଇପାରିବେ ନାହିଁ । ତେଣୁ ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ବୈଠକରେ ଯୋଗଦେବା ପାଇଁ ନୀତି ଆୟୋଗଙ୍କ ଅନୁମତି ପାଇନାହାଁନ୍ତି । ଏଥିପାଇଁ ସେ ମଧ୍ୟ ବୈଠକରେ ଯୋଗ ଦେଇ ନାହାନ୍ତି । ଯାହା ଫଳରେ କି ଏବେ ନୀତୀଶ କୁମାରଙ୍କୁ ନେଇ ସାଧାରଣରେ ଉଠିଛି ଅନେକ ପ୍ରଶ୍ନ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications