ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଜେଡିୟୁ ବିଧାୟକ ଦଳ ବୈଠକରେ ନିଆଗଲା ବଡ଼ ନିଷ୍ପତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ବିଧାୟକ ମାନଙ୍କୁ ସୂଚନା ଦେଇଛନ୍ତି ନୀତୀଶ କୁମାର ।

ବିହାରରେ ଗତ ତିନି ଦିନ ଧରି ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ମହାମେଣ୍ଟ ଛାଡି ଏବେ ସେ ଏନଡିଏ ସହ ଯୋଡ଼ି ହୋଇଛନ୍ତି ।
ରବିବାର ସେ ରାଜଭବନରେ ପହଞ୍ଚି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। କୁହାଯାଉଛି ଯେ, ସନ୍ଧ୍ୟାରେ ନୀତୀଶ କୁମାର ୯ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।
୨୦୧୩ ମସିହାରେ ପ୍ରଥମ ଥର ପାଇଁ ନୀତିଶ କୁମାର ୟୁଟର୍ନ ନେଇଥିଲେ ।
ଯଦି ନୀତିଶ କୁମାରଙ୍କ ୟୁଟର୍ନ ଉପରେ ନଜର ପକାଇବା ତେବେ
୨୦୦୦ ମସିହା ମାର୍ଚ୍ଚ ୩ ତାରିଖରେ ବିଜେପି ସହ ମେଣ୍ଟ
୨୦୦୫ ନଭେମ୍ବର ୫ ତାରିଖରେ ବିଜେପି ସହ ମେଣ୍ଟ
୨୦୧୦ ନଭେମ୍ବର ୨୭ ତାରିଖ ବିଜେପି ସହ ମେଣ୍ଟ
୨୦୧୫ ଫେବୃଆରୀ ୨୨ରେ ଏକାକୀ ସରକାର
୨୦୧୫ ନଭେମ୍ବର ୨୦ ଆରଜେଡି ସହ ମେଣ୍ଟ
୨୦୧୭ ଜୁଲାଇ ୨୭ ତାରିଖ ବିଜେପି ସହ ମେଣ୍ଟ
୨୦୨୦ ନଭେମ୍ବର ୧୬ ତାରିଖରେ ବିଜେପି ସହ ମେଣ୍ଟ
୨୦୨୨ ଅଗଷ୍ଟ ୧୦ ତାରିଖରେ ଆରଜେଡି ସହ ମେଣ୍ଟ












Click it and Unblock the Notifications