Get Updates
Get notified of breaking news, exclusive insights, and must-see stories!

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ବର୍ଷ ମଧ୍ୟରେ ୧ କୋଟି ଚାକିରି ଦେବେ ସରକାର

ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନାର ପ୍ରଚାର କରିଛନ୍ତି। ପୂର୍ବରୁ ମହିଳାମାନଙ୍କ ପାଇଁ ସଂରକ୍ଷଣ ଥିବା ବେଳେ ନିକଟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମାଷ୍ଟରଷ୍ଟ୍ରୋକ୍ ଖେଳି ବିହାରରେ ଆଗାମୀ ପାଞ୍ଚ ବର୍ଷ (୨୦୨୫ ରୁ ୨୦୩୦ ପର୍ଯ୍ୟନ୍ତ) ମଧ୍ୟରେ ଏକ କୋଟି ଯୁବକଙ୍କୁ ସରକାରୀ ଚାକିରି ଏବଂ ନିଯୁକ୍ତି ଯୋଗାଇବେ । ୨୦୨୦-୨୫ ଲକ୍ଷ୍ୟକୁ ଦ୍ୱିଗୁଣିତ କରିବ। ଏଥିପାଇଁ ଘରୋଇ କ୍ଷେତ୍ରରେ, ବିଶେଷକରି ଶିଳ୍ପ କ୍ଷେତ୍ରରେ ମଧ୍ୟ ନୂତନ ଚାକିରି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉଛି ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୋଷ୍ଟରେ ଲେଖିଛନ୍ତି, 'ଆରମ୍ଭ ଆମର ଚିନ୍ତାଧାରା ଥିଲା ଯେ, ରାଜ୍ୟର ସର୍ବାଧିକ ସଂଖ୍ୟକ ଯୁବକ ଯୁବତୀ ସରକାରୀ ଚାକିରି ଏବଂ ନିଯୁକ୍ତି ପାଇବା ଉଚିତ । ୨୦୦୫ ରୁ ୨୦୨୦ ମଧ୍ୟରେ ରାଜ୍ୟରେ ୮ ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ଦିଆଯାଇଥିଲା।

nitish kumar

ରାଜ୍ୟର ଯୁବକ ଯୁବତୀମାନଙ୍କୁ ସରକାରୀ ଚାକିରି ଏବଂ ନିଯୁକ୍ତି ପ୍ରଦାନର ଗତିକୁ ଆହୁରି ବୃଦ୍ଧି କରିବା ପାଇଁ, ୨୦୨୦ ରେ ଆମେ ସୁଶାସନ କାର୍ଯ୍ୟକ୍ରମରେ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ଏବଂ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲୁ ।'ସେ ଆହୁରି ଲେଖିଛନ୍ତି, ଏହାକୁ ଅଗଷ୍ଟ ୨୦୨୫ ସୁଦ୍ଧା ୧୨ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ଏବଂ ୩୮ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟକୁ ବୃଦ୍ଧି କରାଯାଇଥିଲା । ମୋଟ ୫୦ ଲକ୍ଷ ଚାକିରି/ନିଯୁକ୍ତି ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଥିଲା।

ମୁଁ ଖୁସିର ସହିତ ଜଣାଇବାକୁ ଚାହୁଁଛି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ଦିଆଯାଇଛି ଏବଂ ପ୍ରାୟ ୩୯ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି । ୫୦ ଲକ୍ଷରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି/ନିଯୁକ୍ତି ପ୍ରଦାନ କରିବାର ଲକ୍ଷ୍ୟ ନିଶ୍ଚିତ ଭାବରେ ହାସଲ କରାଯିବ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+