ମହିଳା ସଂରକ୍ଷଣ ବିଲ୍ ପାରିତ ହେବ ନାହିଁ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

Women's Reservation Bill in Lok Sabha: ଲୋକସଭାରେ 'ମହିଳା ସଂରକ୍ଷଣ ବିଲ୍'କୁ ନେଇ ଚର୍ଚ୍ଚା ଲାଗିରହିଛି । ଏହାରି ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦାବି କରିଛନ୍ତି ଯେ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାର ଏହି ବିଲ୍ ଆଗତ କରିଛନ୍ତି ସତ ହେଲେ ଏହାକୁ ପାରିତ କରିବେ ନାହିଁ କି ଏହା କେବେ କାର୍ଯ୍ୟକାରୀ ହେବ ନାହିଁ ।

ସେହିପରି, କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଏହା କିଛି ଦଳ ପାଇଁ ରାଜନୈତିକ ପ୍ରସଙ୍ଗ ହୋଇପାରେ, କିନ୍ତୁ ଆମ ପାଇଁ ନୁହେଁ। ଏହି ବିଲ୍କୁ ସମର୍ଥନ କରିବାକୁ ସେ ସମସ୍ତ ପକ୍ଷଙ୍କୁ ନିବେଦନ କରୁଛୁ ।

Nitish kumar

ଜେଡିୟୁ ସୁପ୍ରିମୋ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନରେ ​​ରାଜନୈତିକ ଲାଭ ପାଇଁ କେନ୍ଦ୍ର ସରକାର ଏହି ବିଲ୍ ଆଣିଛନ୍ତି। ବୁଧବାର ଦିନ ସେ ପାଟନାରେ କହିଛନ୍ତି ଯେ, ସେମାନେ ଏହି ବିଲ୍ କାର୍ଯ୍ୟକାରୀ କରିବେ ନାହିଁ, ଯଦି କେନ୍ଦ୍ର ଏହା କରିବାକୁ ଚାହିଁଥାନ୍ତା ତେବେ ସେ ପୂର୍ବରୁ ଏହା କରିସାରନ୍ତାଣି ।

ଗଣମାଧ୍ୟମ ସହ ଆଲୋଚନା କରିବା ବେଳେ ବିହାର ସିଏମ କହିଛନ୍ତି ଯେ, ମହିଳାଙ୍କ ସଂରକ୍ଷଣର ଆବଶ୍ୟକତା ରହିଛି ଏବଂ ଆମେ ଏହି ବିଲ୍ ପାଇଁ ଆରମ୍ଭରୁ ଦାବି କରିଆସୁଛୁ । ବର୍ତ୍ତମାନ ଏହି ବିଲକୁ ନେଇ ଚର୍ଚ୍ଚା ଜୋରଧରିଛି ହେଲେ କେନ୍ଦ୍ର ଏହାକୁ କାର୍ଯ୍ୟକାରି କରିବ ନାହିଁ ।
ସେମାନେ ଏହାକୁ କାର୍ଯ୍ୟକାରୀ କରିବେ ନାହିଁ। ଜାତି ଭିତ୍ତିକ ଜନଗଣନା କରିବାକୁ ଆମେ ପୂର୍ବରୁ ଦାବି କରିଥିଲୁ । ସେହିପରି 2024 ନିର୍ବାଚନ ପାଇଁ ଏହା ଏଜେଣ୍ତା ବୋଲି ଅନେକ ନେତା କହିଛନ୍ତି ।

ଜେଡିୟୁ ସାଂସଦ କହିଛନ୍ତି, 2021ରେ ଜାତି ଜନଗଣନା ଆରମ୍ଭ ହୋଇଥାନ୍ତା, ତେବେ ଏହା ସମ୍ପୂର୍ଣ୍ଣ ହୋଇଥାନ୍ତା ଏବଂ ମହିଳା ସଂରକ୍ଷଣ ମଧ୍ୟ କାର୍ଯ୍ୟକାରୀ ହୋଇଥାନ୍ତା। ତାଙ୍କ କହିବାନୁସାରେ, 2019 ମସିହାରୁ ସରକାରଙ୍କର ତଥ୍ୟ ଥିଲା, ତେବେ ଏହା ବର୍ତ୍ତମାନ କାହିଁକି ଏହି ବିଲ୍ ଆଣୁଛି? ପାଟନା, ବେଙ୍ଗାଲୁରୁ ଏବଂ ମୁମ୍ବାଇରେ ବିରୋଧୀ ଆଲାଇନ୍ସ ଇଣ୍ଡିଆର ବୈଠକ ଭୟରେ କେନ୍ଦ୍ର ସରକାର ଏହି ବିଲ୍ ଆଣିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+