ଇଞ୍ଜିନିୟରଙ୍କ ଆଗରେ ହାତ ଯୋଡ଼ିଲେ ନୀତୀଶ, ଜାଣନ୍ତୁ ଏଭଳି କାହିଁକି କଲେ
ପାଟନା: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ପାଟନାରେ ଜେପି ଗଙ୍ଗା ପଥର ପାଟନା ସିଟିର କଙ୍ଗନାଘାଟ ପର୍ଯ୍ୟନ୍ତ ବିସ୍ତାରର ଉଦ୍ଘାଟନ ପାଇଁପହଞ୍ଚିଥିଲେ । ଗଙ୍ଗା ପଥ ଆହୁରି ଆଗକୁ ଯିବାକୁ ପଡିବ, ତେଣୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ବିଷୟରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ତାଗିଦ୍ କରୁଥିବା ର ଏକ ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଳାଗିଛି ।
ସେହି ଭିଡିଓରେ ନୀତୀଶ କୁମାର ଜଣେ ଇଞ୍ଜିନିୟରଙ୍କୁ ହାତଯୋଡ଼ି କହୁଛନ୍ତି ଯଦି କହିବ ତେବେ ଆପଣଙ୍କର ଗୋଡ଼ ଧରିବି । ଏହା କହି ନୀତୀଶ କୁମାର ଆଗକୁ ବଢ଼ିବାକୁ ଲାଗିଲେ, ଏହା ପରେ ଇଞ୍ଜିନିୟର ପଛକୁ ଯାଇ ତାଙ୍କୁ ତାହା ନ କରିବାକୁ ଅନୁରୋଧ କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି । ସୁଚନାନୁସାରେ ନୀତୀଶ କୁମାର ପାଟନାରେ ଜେପି ଗଙ୍ଗା ପଥର ଗାୟ ଘାଟରୁ କଙ୍ଗନ ଘାଟ ପର୍ଯ୍ୟନ୍ତ ନିର୍ମିତ୩.୪ କିଲୋମିଟର ଲମ୍ବ ବ୍ରିଜକୁ ଲୋକାର୍ପଣ କରିଥିଲେ ।

ଏହା ଥିଲା ଜେପି ଗଙ୍ଗା ପଥର ତୃତୀୟ ପର୍ଯ୍ୟାୟର ଲୋକାର୍ପଣ ସମାରୋହ । ଦିଘା ଏବଂ ଦିଦାରଗଞ୍ଜ ମଧ୍ୟରେ ଗଙ୍ଗା ଉପରେ ୨୧.୫ କିଲୋମିଟର ଲମ୍ବା ବ୍ରିଜ୍ ନିର୍ମାଣ କରାଯାଉଛି ଯାହାକୁ ଜେପି ଗଙ୍ଗା ପଥ କୁହାଯାଉଛି । ରିପୋର୍ଟ ଅନୁଯାୟୀ, ଏହି ପ୍ରକଳ୍ପର କାର୍ଯ୍ୟରେ ବିଳମ୍ବ ଯୋଗୁ ନୀତୀଶ କୁମାର ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଇଞ୍ଜିନିୟରମାନଙ୍କୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରୁଥିବା ବେଳେ ସେ କହିଥିଲେ । ଏହା ସହିତ କହିଥିଲେ ଯେ ଯଦି ଆପଣ କହିବେ ମୁଁ ଆପଣଙ୍କ ଗୋଡ଼ ଧରିବି, କିନ୍ତୁ ଏହାକୁ ଶୀଘ୍ର ନିର୍ମାଣ କରନ୍ତୁ ।
ଏହା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଅଧୀନରେ ଥିବା ଆଇଏଏସ ଅଧିକାରୀ ପ୍ରତ୍ୟୟ ଅମୃତଙ୍କ ଆଡକୁ ମୁଣ୍ଡ ନୁଆଁଇବାକୁ ଲାଗିଲେ, ଯେପରି ସେ ପ୍ରକୃତରେ ତାଙ୍କ ପାଦ ଛୁଇଁବେ । ଅମୃତ ମଧ୍ୟ ଦ୍ୱନ୍ଦ୍ୱରେ ପଡିଯାଇଥିଲେ ଏବଂ ତାଙ୍କୁ ଦୁଇ ହାତରେ ଅଟକାଇଥିବାର ଦେଖାଯାଇଥିଲା ।












Click it and Unblock the Notifications