ମହିଳାଙ୍କ ପାଇଁ ବଡ଼ ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏଣିକି ମିଳିବ ......
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାର ଶୁଭାରମ୍ଭ କରିଛନ୍ତି । ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ଏହି ନୂତନ ଯୋଜନାର ଲକ୍ଷ୍ୟ ରହିଛି । ଯୋଜନାକୁ ଅଧିକ ଲୋକପ୍ରିୟ କରିବାପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର ଅଭିଯାନର ଶୁଭାରମ୍ଭ କରିବା ସହ ଏ ସମ୍ପର୍କିତ ପୋର୍ଟାଲ ଉନ୍ମୋଚନ ହୋଇଛି । ଏହି ଯୋଜନା ଅଧୀନରେ ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ନିଜର ପସନ୍ଦ ମୁତାବକ ବ୍ୟବସାୟ କରିବାପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଥମ କିସ୍ତିରେ ଡି.ବି.ଟି. ମାଧ୍ୟମରେ ୧୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । ବିହାର ଗ୍ରାମୀଣ ବିକାଶ ବିଭାଗ ଏହି ଯୋଜନାର ନୋଡାଲ୍ ଅଧିକାରୀ ରହିଛନ୍ତି । ଆବଶ୍ୟକ ପଡ଼ିଲେ ମହିଳାମାନଙ୍କୁ ଅତିରିକ୍ତ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଏହି ଯୋଜନା ଅନ୍ତର୍ଗତ ଗ୍ରାମୀଣ ସ୍ଥାନୀୟ ବଜାର କିମ୍ବା ହାଟକୁ ବିକଶିତ କରାଯିବ ।












Click it and Unblock the Notifications