ସଂଖ୍ୟା ଗରିଷ୍ଠତାର ପ୍ରମାଣ କଲେ ନୀତିଶ

ପାଟନା: ବିହାର ରାଜନୀତି ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି। ବିଧାନସଭାରେ ନୀତୀଶ କୁମାର ଫ୍ଲୋର ଟେଷ୍ଟରେ ବିଜୟ ହୋଇଛନ୍ତି । ନୀତୀଶ କୁମାରଙ୍କ ସମର୍ଥନରେ 129 ଭୋଟ ମିଳିଛି । ଆର୍‌ଜେଡିକୁ ବଡ଼ ଝଟ୍‌କା ଲାଗିଛି। ନୀତୀଶଙ୍କ ବିପକ୍ଷରେ କୌଣସି ଭୋଟ୍‌ ନପଡିବାରୁ କଂଗ୍ରେସ, ବାମଦଳ ଓ ଆର୍‌ଜେଡି ଗୃହ ତ୍ୟାଗ କରିଥିଲେ।

nitish kumar

ଫ୍ଲୋର ଟେଷ୍ଟ ପୂର୍ବରୁ ମଧ୍ୟ ପାଟନାରେ ରାଜନୈତିକ ଅସ୍ଥିରତା ଜାରି ରହିଥିଲା । ଏହି ସମୟ ମଧ୍ୟରେ ଅନେକ ନାଟକ ଦେଖିବାକୁ ମିଳିଥିଲା, ଯେଉଁଠାରେ ତିନିଜଣ ଆରଜେଡି ବିଧାୟକ ଚେତନ ଆନନ୍ଦ, ନୀଲମ ଦେବୀ ଏବଂ ପ୍ରହ୍ଲାଦ ଯାଦବ କ୍ୟାମ୍ପ ବଦଳାଇ ଶାସକ ଦଳରେ ଯୋଗ ଦେଇଥିଲେ। ତେଜସ୍ବୀ ଯାଦବ ଏହାକୁ ଦୃଢ ବିରୋଧ କରିଥିଲେ ଏବଂ ପରମ୍ପରା ଅନୁଯାୟୀ ତାଙ୍କୁ କେବଳ ନିଜ ଆସନରେ ବସିବାକୁ କହିଥିଲେ ।

ଏଥି ସହ ତିନିଜଣ ଭାଜପା ବିଧାୟକ ମଧ୍ୟ ବିଧାନସଭାରେ ନଥିବାବେଳେ ତିନିଜଣ ଜେଡିୟୁ ବିଧାୟକ ମଧ୍ୟ ଗୃହରେ ପହଞ୍ଚି ନଥିଲେ। ଯଦିଓ ସମସ୍ତ ବିଧାୟକ ୨ଟା ୩୦ସୁଦ୍ଧା ଗୃହରେ ପହଞ୍ଚି ସାରିଥିଲେ ମଧ୍ୟ କେବଳ ଜେଡିୟୁ ବିଧାୟକ ଦିଲୀପ ରାୟ ପହଞ୍ଚି ନଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+