ନୀତିଶ କୁମାର ଏନଡିଏର ମୁଖ୍ୟମନ୍ତ୍ରୀ ଚେହେରା, ସ୍ପଷ୍ଟ କଲେ ଏହି ବିଜେପି ନେତା

ବିହାରରେ ଯଦି ଏନଡିଏ ସରକାର ଗଠନ କରେ, ତେବେ ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ରହିବେ । ଏନେଇ ବିହାରର ଉପ-ମୁଖ୍ୟମନ୍ତ୍ରୀ ଥିବା ସମ୍ରାଟ ଚୌଧୁରୀ ସ୍ପଷ୍ଟ କରିଛନ୍ତି । କହିଛନ୍ତି, ଯଦି ଆଗାମୀ ନିର୍ବାଚନରେ ଏନଡିଏ ସତ୍ତାକୁ ଫେରୁଛି, ତେବେ ନୀତିଶ ହିଁ ମୁଖ୍ୟମନ୍ତ୍ରୀ ରହିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଜଲଦି ନିଜର ଘୋଷଣା ପତ୍ର ଜାରି କରିବ । ଆଗାମୀ ୫ ବର୍ଷ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ । ତେବେ ବିକାଶର ଅଧା ଅଧୁରା କଥାକୁ ଏନଡିଏ ସରକାର ପୂରା କରିବ ବୋଲି କହିଛନ୍ତି ସମ୍ରାଟ ଚୌଧୁରୀ ।

BJP leader

ଆଗାମୀ ଦିନରେ ବିହାରରେ ୨୦ ଲକ୍ଷ କୋଟିରୁ ଅଧିକ ନିବେଶ ହାସଲ କରିବା ସରକାରର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ସମ୍ରାଟ ଚୌଧୁରୀ । ଅନ୍ୟପଟେ ବିହାର ସରକାରରେ ଏବେ କିଛି ବି ପଦ ଖାଲି ନାହିଁ । ନୀତିଶ କୁମାର ହିଁ ଆଗକୁ ମୁଖ୍ୟମନ୍ତ୍ରୀ ରହିବେ । ୨୦୦୫ ମସିହା ଅକ୍ଟୋବର ମାସରେ ଅଟଳ ବିହାରୀ ବାଜପେୟୀ ଏହି ମେଣ୍ଟକୁ ଗ୍ରୀନ୍ ସିଗନାଲ ଦେଇଥିଲେ । ବିଜେପି ହିଁ ସର୍ବପ୍ରଥମେ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଆଗକୁ ଆଣିଥିଲା । ତେଣୁ ଏଥିରେ କିଛି ବି ଦ୍ୱିମତ ନାହିଁ ଯେ, ନିର୍ବାଚନ ପରେ ନୀତିଶ ହିଁ ମୁଖ୍ୟମନ୍ତ୍ରୀ ରହିବେ ।

ସମ୍ରାଟ ଚୌଧୁରୀ କହିଛନ୍ତି, ନୀତିଶ କୁମାର ବିଜେପି ସହିତ ୨୯ ବର୍ଷ ରହିଛନ୍ତି । ଲାଲୁ ପ୍ରସାଦ ଯାଦବ ଏବଂ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ବନାଇବାରେ ବିଜେପିର ପ୍ରମୁଖ ଭୂମିକା ରହିଥିଲା । ହେଲେ ଲାଲୁ ଯାଦବ କିନ୍ତୁ ୬ ମାସରେ ବଦଳିଗଲେ ହେଲେ ନୀତିଶ କୁମାର କିନ୍ତୁ ବିଜେପି ସହିତ ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+