ନୀତିଶ କୁମାରଙ୍କ ବଡ଼ ଘୋଷଣା, ବିଧାନସଭା ନିର୍ବାଚନ ପୂର୍ବରୁ.....
ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ବିଜେପି ଭରସାରେ ମୁଖ୍ୟମନ୍ତ୍ରୀ ହୋଇଥିବା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର କୌଣସି ସୁଯୋଗ ହାତ ଛଡ଼ା କରୁ ନାହାନ୍ତି। ଲୋକଙ୍କୁ ନିଜ ସପକ୍ଷରେ ଆଣିବା ପରେ ସେ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରି ଚାଲିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି । ଘୋଷଣା କରିଛନ୍ତି ଏବେ ବିହାରର ଲୋକଙ୍କୁ ଶିକ୍ଷକ ନିଯୁକ୍ତିରେ ପ୍ରାଥମିକତା ଦିଆଯିବ । ଏଥିପାଇଁ ଶିକ୍ଷା ବିଭାଗକୁ ନିୟମରେ ଆବଶ୍ୟକୀୟ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିବର୍ତ୍ତନ TRE-4ରେ ଲାଗୁ କରାଯିବ ।TRE-4 ପରୀକ୍ଷା ୨୦୨୫ରେ ଅନୁଷ୍ଠିତ ହେବ, TRE-5 ପରୀକ୍ଷା ପରବର୍ତ୍ତୀ ବର୍ଷ ଅର୍ଥାତ୍ ୨୦୨୬ ରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।
ନୀତୀଶ କୁମାର ମାଗଣା ବିଜୁଳି ସମ୍ପର୍କରେ ଘୋଷଣା କରିଛନ୍ତି। ଆସନ୍ତା ଅଗଷ୍ଟ ୧ ତାରିଖରୁ ରାଜ୍ୟ ସରକାର ବିହାରବାସୀଙ୍କୁ ୧୨୫ ୟୁନିଟ ଯାଏ ମାଗଣା ବିଜୁଳି ଦେବେ ବୋଲି ନୀତୀଶ କୁମାର କହିଥିଲେ । ମାଗଣା ବିଜୁଳି ଦ୍ୱାରା ରାଜ୍ୟର ୧.୬୭ କୋଟି ପରିବାର ଲାଭବାନ ହେବେ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାରର ସ୍ଥାୟୀ ମହିଳାଙ୍କ ପାଇଁ ସରକାରୀ ଚାକିରିରେ ୩୫% ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଥିଲେ। ନୀତିଶ କୁମାର କହିଥିଲେ, "ସମସ୍ତ ବର୍ଗ, ସମସ୍ତ ସ୍ତର ଓ ସବୁ ଧରଣର ସରକାରୀ ଚାକିରିରେ ଏଣିକି ୩୫% ପଦବୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସଂରକ୍ଷିତ ହୋଇ ରହିବ। ବିହାରର ମୂଳ ବାସିନ୍ଦାଙ୍କୁ ସିଧାସଳଖ ନିଯୁକ୍ତି ପ୍ରକ୍ରିୟାରେ ଏପରି ସଂରକ୍ଷଣ ସୁବିଧା ମିଳିବ।












Click it and Unblock the Notifications