ଆଜି ଇସ୍ତଫା ପରେ ପୁଣି ଶପଥ ନେଇପାରନ୍ତି ନୀତୀଶ କୁମାର; ବିହାର ଯାଇପାରନ୍ତି ଅମିତ୍ ଶାହା !
ବିହାରରେ ରାଜନୀତି ସରଗରମ । ପାଟନାରୁ ଦିଲ୍ଲୀ ଯାଏଁ ରାଜନୈତିକ ହଟଚମଟ ବଢିଯାଇଛି । ନୀତିଶ କୁମାର ଇଣ୍ଡିଆ ମେଂଟ ଛାଡି ବିଜେପି ମେଂଟରେ ସାମିଲ ହେବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ବିଜେପି ନେତାମାନେ ମଧ୍ୟ ନୀତୀଶଙ୍କ ଏନଡିଏରେ ପ୍ରବେଶକୁ ସୂଚିତ କରୁଛନ୍ତି । ଯଦିଓ ଏସବୁ କେବଳ ଚର୍ଚ୍ଚା , କିନ୍ତୁ ଶୀଘ୍ର ଏହି କଳ୍ପନାଗୁଡ଼ିକ ବାସ୍ତବରେ ପରିଣତ ହେବାକୁ ଯାଉଛି ।
ଆରଜେଡି, ହାମ ଓ ବିଜେପିର ଘନ ଘନ ବୈଠକ ବସିଛି । ଶନିବାର ପାଟନାରେ ଦିନସାରା ରାଜନୈତିକ ହଟଚମଟ ଦେଖାଦେଇଥିଲା । ବିଜେପି, ଆରଜେଡି ଓ ହାମର ବୈଠକ ବସିଥିବାବେଳେ ଆଜି ଜେଡିୟୁର ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ମେଂଟ ଛାଡି ବିଜେପି ମେଂଟରେ ସାମିଲ ହେବା ନେଇ ଚର୍ଚ୍ଚା ବଢିବା ପରେ ପାଟନାରୁ ଦିଲ୍ଲୀ ଯାଏଁ ରାଜନୈତିକ ଉଷ୍ମତା ବଢିଯାଇଛି ।
ନୀତିଶ କୁମାର ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କେନ୍ଦ୍ରମନ୍ତ୍ରୀ ଅମତି ଶାହ ଓ ଜେପି ନଡ୍ଡା ବିହାର ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ବିହାରରେ ନୂଆ ସରକାର ଗଠନ ସମୟରେ ଶପଥ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେଇପାରନ୍ତି ।

୨୦୧୩ ମସିହାରେ ପ୍ରଥମ ଥର ପାଇଁ ନୀତିଶ କୁମାର ୟୁଟର୍ନ ନେଇଥିଲେ ।
ଯଦି ନୀତିଶ କୁମାରଙ୍କ ୟୁଟର୍ନ ଉପରେ ନଜର ପକାଇବା ତେବେ
୨୦୦୦ ମସିହା ମାର୍ଚ୍ଚ ୩ ତାରିଖରେ ବିଜେପି ସହ ମେଣ୍ଟ
୨୦୦୫ ନଭେମ୍ବର ୫ ତାରିଖରେ ବିଜେପି ସହ ମେଣ୍ଟ
୨୦୧୦ ନଭେମ୍ବର ୨୭ ତାରିଖ ବିଜେପି ସହ ମେଣ୍ଟ
୨୦୧୫ ଫେବୃଆରୀ ୨୨ରେ ଏକାକୀ ସରକାର
୨୦୧୫ ନଭେମ୍ବର ୨୦ ଆରଜେଡି ସହ ମେଣ୍ଟ
୨୦୧୭ ଜୁଲାଇ ୨୭ ତାରିଖ ବିଜେପି ସହ ମେଣ୍ଟ
୨୦୨୦ ନଭେମ୍ବର ୧୬ ତାରିଖରେ ବିଜେପି ସହ ମେଣ୍ଟ
୨୦୨୨ ଅଗଷ୍ଟ ୧୦ ତାରିଖରେ ଆରଜେଡି ସହ ମେଣ୍ଟ












Click it and Unblock the Notifications