ନୀତୀଶ ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଲାଗିଲା ବଡ଼ ଝଟକା । ବିହାରରେ ପଛୁଆ ଶ୍ରେଣୀ ପାଇଁ ୬୫ ପ୍ରତିଶତ କୋଟାକୁ ଖଣ୍ଡନ କରିଥିବା ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି । ବିହାରରେ ସଂରକ୍ଷଣକୁ ୬୫ପ୍ରତିଶତକୁ ବୃଦ୍ଧି କରିବା ବିରୋଧରେ ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ରହିବ ।

ଏହାକୁ ନିଷିଦ୍ଧ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ସେପ୍ଟମ୍ବରରେ ଏହି ମାମଲାର ବିସ୍ତୃତ ଶୁଣାଣି ହେବ ବୋଲି ଶୀର୍ଷ କୋର୍ଟ କହିଛନ୍ତି । ସଂରକ୍ଷଣ ବୃଦ୍ଧି ପାଇଁ ବିହାର ସରକାରଙ୍କ ନିଷ୍ପତ୍ତିକୁ ପାଟନା ହାଇକୋର୍ଟ ବାତିଲ କରିଦେଇଥିଲେ । ତା'ପରେ ରାଜ୍ୟ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ପାଟନା ହାଇକୋର୍ଟଙ୍କ ଆଦେଶ ପାଳନ କରିବାକୁ ମନା କରିଦେଇଥିଲେ । ବିହାର ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ବାତିଲ କରିଦେଇଥିଲେ ଯେଉଁଥିରେ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଡମିଶନ ପାଇଁ ପଛୁଆ ଶ୍ରେଣୀର ସଂରକ୍ଷଣ ବୃଦ୍ଧି କରାଯାଇଥିଲା । ସରକାରୀ ଚାକିରି ତଥା ଶିକ୍ଷାନୁଷ୍ଠାନରେ ଆଡମିଶନ ପାଇଁ ପଛୁଆ ବର୍ଗ,

Nitish government

ଏସ୍‌ସି ଏବଂ ଏସ୍‌ଟି ସମ୍ପ୍ରଦାୟରୁ ଆସୁଥିବା ଲୋକଙ୍କ ପାଇଁ ବିହାର ସରକାର ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ୬୫ପ୍ରତିଶତକୁ ବୃଦ୍ଧି କରିଥେଲେ ସୂଚନା ଥାଉ କି, ସଂରକ୍ଷଣକୁ୫୦ ପ୍ରତିଶତରୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତିକୁ ବର୍ଜନ କରିବାକୁ ହାଇକୋର୍ଟଙ୍କ ଆଦେଶ ବିରୋଧରେ ବିହାର ସରକାର ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+