ଜେଡିୟୁ ଅଧ୍ୟକ୍ଷ ହେଲେ ନୀତିଶ , ନେଲେ ଲଲନ ସିଂଙ୍କ ସ୍ଥାନ
ଜେଡିୟୁ ଦଳର ସଭାପତି ପଦରୁ ଲଲନ ସିଂ ଇସ୍ତଫା ଦେବା ପରେ ନୀତିଶ କୁମାରଙ୍କୁ ଏହି ଦାୟିତ୍ୱ ମିଳିଛି । ଦଳରେ ସାଂଗଠନିକ ପରିବର୍ତ୍ତନ ହେବା ନେଇ ଅନେକ ଦିନରୁ ଆଲୋଚନା ଚାଲିଥିଲା। ଆଜି ଏନେଇ ଦିଲ୍ଲୀରେ ଦଳର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଥିଲା । ନୀତୀଶ କୁମାର ସର୍ବସମ୍ମତି କ୍ରମେ ଜେଡିୟୁ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ।

ଅନ୍ୟପଟେ ଗତ ଏକ ସପ୍ତାହ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଲଲନ ସିଂ ଇସ୍ତଫା ଦେଇଛନ୍ତି । ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ଛଳରେ ଲଲନ ସିଂ ପାର୍ଟି ମତଭେଦ ସମ୍ପର୍କରେ ମତ ରଖିଥିଲେ । ଦଳରେ ସେପରି କୌଣସି ମତଭେଦ ନଥିବା କଥା ଲଲନ ସିଂ କହିଥିଲେ । ତେବେ ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ, ଲାଲୁ ଯାଦବଙ୍କ ପୁଅ ତଥା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଅତି ନିକଟତର ଥିବା ହେତୁ ଲଲନ ସିଂଙ୍କୁ ହଟାଇ ଦିଆଯାଇଛି । ଅନ୍ୟପଟେ ରାଜ୍ୟରେ ଜେଡିୟୁ-ଆରଜେଡି ମେଣ୍ଟକୁ ଶେଷ କରିବା ପାଇଁ ବିରୋଧୀ ବିଜେପି ଚେଷ୍ଟା କରୁଥିବା ଅଭିଯୋଗକୁ ତେଜସ୍ୱୀ ଯାଦବ ଖଣ୍ଡନ କରିଥିଲେ ।












Click it and Unblock the Notifications