ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଡ଼କରୀ, ଜୀବନ ଓ ସ୍ୱାସ୍ଥ୍ୟ ବୀମା ଉପରୁ ହଟୁ ଜିଏସଟି....

ନୂଆଦିଲ୍ଲୀ: ନିକଟରେ ସଂସଦରେ ୨୦୨୪-୨୫ ବିଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଉ ବଜେଟ ଉପସ୍ଥାପା ପରେ ବିଭିନ୍ନ ମହଲରୁ ଚଳିତ ବଜେଟ୍ କୁ ସମାଲୋଚନା କରିବା ସହ କେନ୍ଦ୍ର ସରାକରଙ୍କୁ ମଧ୍ୟ କରୁଥିଲେ ସମାଲୋଚନା । ଆଉ ଏଭଳି ସମୟ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନିତିନ ଗଡକରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଲାଇଫ୍‌ଏବଂ ହେଲ୍‌ଥ ବୀମା ଯୋଜନା ପାଇଁ ପ୍ରିମିୟମ ଉପରେ ଲାଗୁ ହୋଇଥିବା ଜିଏସ୍ଟି ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି ନାଗପୁର ଡିଭିଜନାଲ ଲାଇଫ ଇନସୁରାନ୍ସ କର୍ପୋରେସନ୍ କର୍ମଚାରୀ ସଂଘର ଏକ ସ୍ମାରକପତ୍ର ପରେ ସେ ଅର୍ଥମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି । ଗଡକରୀ ଜୁଲାଇ ୨୮ ରେ ଅର୍ଥମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଯଥାଶୀଘ୍ର ଟିକସ ନୀତିର ସମୀକ୍ଷା କରିବାକୁ ଦାବି କରିଛନ୍ତି । ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ସିଧାସଳଖ ଆବେଦନ କରି ସେ ଯୁକ୍ତି କରିଛନ୍ତି ଯେ ବର୍ତ୍ତମାନର ଟିକସ 'ଅନ୍ୟାୟ' କାରଣ ଏହା ଜୀବନର 'ଅନିଶ୍ଚିତତା'କୁ ଟ୍ୟାକ୍ସ କରିଥାଏ ।

ନିଜ ପରିବାରର ସୁରକ୍ଷା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଥିବା ବ୍ୟକ୍ତି ଉପରେ ଜୀବନ ବୀମା ଏବଂ ହେଲଥ ଇନସୁରାନ୍ସ ଉପରେ ଟିକସ ଲଗାଇ ତାଙ୍କୁ ଦଣ୍ଡ ହେବା ଉଚିତ୍ ନୁହେଁ । ଯାହା ଅପ୍ରତ୍ୟାଶିତ ଜୀବନ ଘଟଣାଗୁଡ଼ିକରୁ ସୁରକ୍ଷା ଭାବରେ କାର୍ଯ୍ୟ କରେ । ଏହି ନୀତି ହେତୁ କେବଳ ଲୋକମାନେ ବୀମା ନେବା ଠାରୁ ଦୂରେଇ ଯିବେ ନାହିଁ ବରଂ ଏହା ଜିଏସଟିର ଗ୍ରୋଥ୍ ଅଭିବୃଦ୍ଧି ଉପରେ ମଧ୍ୟ ପ୍ରଭାବ ପକାଇବ ।

ଗଡକରୀ ଆହୁରି କହିଛନ୍ତି ଯେ ଏହା ବରିଷ୍ଠ ନାଗରିକଙ୍କ ଉପରେ ଆର୍ôଥକ ବୋଝ ଦେଇଥାଏ । ସେ ଚିଠିରେ ଲେଖିଛନ୍ତି ଯେ ଯଦି ବୃଦ୍ଧମାନଙ୍କର କୌଣସି ଆୟ ଅଛି, ତେବେ ଏହା ସ୍ଥିର ହୋଇଛି ଏବଂ ଏଥିରୁ ଟଙ୍କା ଉଠାଇବା ପରେ ସେମାନଙ୍କୁ ଉତ୍ପାଦ ଉପରେ ଅଧିକ ଟିକସ ଦେବାକୁ ପଡିଥାଏ । ଯାହା ଅନାବଶ୍ୟକ ଚାପ ସୃଷ୍ଟି କରିଥାଏ ବୋଲି ଗଡ଼ କରୀ କହିଛନ୍ତି ।

nitin gadkari


ଗଡକରୀ ଚିଠିରେ ଆହୁରି ଲେଖିଛନ୍ତି ଯେ ଡାକ୍ତରୀ ବୀମା ଉପରେ ୧୮ ପ୍ରତିଶତ ଜିଏସ୍ଟି ଶିଳ୍ପ ଅଭିବୃଦ୍ଧିରେ ବାଧା ସୃଷ୍ଟି କରୁଛି । ସେ ଡାକ୍ତରୀ ବୀମାକୁ ଏକ 'ସାମାଜିକ ଜରୁରୀ' ସେବା ଭାବରେ ବିବେଚନା କରିଛନ୍ତି । ଏହା ଉପରେ ଭାରି ଟିକସ ଲାଗୁ କରିବା ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚିବା ହ୍ରାସ କରିଥାଏ ବୋଲି ପରାମର୍ଶ ଦେଇଛନ୍ତି ।

ଏଗୁଡିକ ପାଇବା ପାଇଁ ଲୋକଙ୍କ କ୍ଷମତା ମଧ୍ୟ ହ୍ରାସ ହୁଏ ଯେଉଁଥିପାଇଁ ଅନେକ ଲୋକ ଏହି ଜରୁରୀ ଜିନିଷରୁ ବଞ୍ଚିତ ରହିବେ । ଯଦି ଗଡକରୀଙ୍କ ଚିଠିକୁ ଗ୍ରହଣ କରାଯାଏ ତେବେ ଭବିଷ୍ୟତରେ ଜୀବନ ଏବଂ ଚିକିତ୍ସା ବୀମା ପ୍ରିମିୟମ ହ୍ରାସ ଚିଠିରେ ସେ ଜୀବନ ଏବଂ ଚିକିତ୍ସା ବୀମା ପ୍ରିମିୟମ ଉପରେ ୧୮ ପ୍ରତିଶତ ଜିଏସଟି ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+