ଜେଲ୍ ଭିତରେ ଥାଇ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ହତ୍ୟା ଧମକ ଦେଲା ଗ୍ୟାଙ୍ଗଷ୍ଟର, ମିଳିଲା ପରିଚୟ

ଜେଲ୍ ଭିତରେ ଥାଇ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ହତ୍ୟା ଧମକ ଦେଲା ଗ୍ୟାଙ୍ଗଷ୍ଟର, ମିଳିଲା ପରିଚୟ । କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତି ଦାଉଦ ଇବ୍ରାହିମଙ୍କ ଗ୍ୟାଙ୍ଗର ସଦସ୍ୟ ବୋଲି କହି ଧମକ ଦେବା ସହ ୧୦୦ କୋଟି ଟଙ୍କା ଡିମାଣ୍

Nitin Gadkari Threat Calls: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ କାର୍ଯ୍ୟାଳୟକୁ ଜଣେ ବ୍ୟକ୍ତି ଦାଉଦ ଇବ୍ରାହିମଙ୍କ ଗ୍ୟାଙ୍ଗର ସଦସ୍ୟ ବୋଲି କହି ଧମକ ଦେବା ସହ ୧୦୦ କୋଟି ଟଙ୍କା ଡିମାଣ୍ତ କରିଥିଲା । ଏହି ଫୋନ୍ କଲ ପରେ ତାଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଏହାରି ମଧ୍ୟରେ ଏହି ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ଧମକ ଦେଇଥିବା ଅଭିଯୁକ୍ତଙ୍କ ପରିଚୟ ପାଇଛି ପୋଲିସ । ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ, କର୍ଣ୍ଣାଟକର ବେଲାଗାଭିରେ କାରାଗାରରେ ଥିବା ଜଣେ ଗ୍ୟାଙ୍ଗଷ୍ଟାର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ ଦେଇଥିଲା । ଶନିବାର ଦିନ କଲଡିଟେଲସ୍ ରେକର୍ଡରୁ ପୋଲିସ ଅଭିଯୁକ୍ତର ପରିଚୟ ପାଇପାରିଥିଲା ।

Nitin Gadkari

ଅଭିଯୁକ୍ତ ଜୟଶ କାନ୍ତା ହେଉଛି ଜଣେ ଗ୍ୟାଙ୍ଗଷ୍ଟାର । ବର୍ତ୍ତମାନ ସେ ବେଲାଗାଭି ଜେଲରେ ବନ୍ଦୀ ଅଛି । ସେ ଜେଲରେ ଥାଇ ବେଆଇନ୍ ଭାବେ ଫୋନ ବ୍ୟବହାର କରି ଗଡକରୀଙ୍କ କାର୍ଯ୍ୟଳକୁ କଲ କରି ଏପରି ଧମକ ଦେଇଥିଲା ବୋଲି ସ୍ପଷ୍ଟ କରିଛନ୍ତି ନାଗପୁର ପୋଲିସ କମିଶନର ଅମିତେଶ କୁମାର । ତେବେ ଖୁବ ଶୀଘ୍ର ନାଗପୁର ପୋଲିସ ଅଭିଯୁକ୍ତ ଜୟଶ କାନ୍ତାଙ୍କୁ ରିମାଣ୍ତରେ ନେଇ ପଚରାଉଚରା କରିବ ବୋଲି ମଧ୍ୟ ସେ କହିଛନ୍ତି ।

ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀଙ୍କ ଅଫିସ୍ ଲ୍ୟାଣ୍ତଲାଇନ୍ ନମ୍ବରକୁ ଦୁଇ ଥର କଲ୍ କରି ଜଣେ ଅଜଣା ବ୍ୟକ୍ତି ଧମକ ଦେବା ସହ ଟଙ୍କା ଡିମାଣ୍ତ କରିଥିଲା । ଟଙ୍କା ନ ଦେଲେ ଗଡକରୀଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା । ସେହିପରି ନିଜକୁ ଦାଉଦ ଗ୍ୟାଙ୍ଗର ସଦସ୍ୟ ବୋଲି ମଧ୍ୟ କହିଥିଲା । ଯାହା ପରେ ସଡ଼କ ପରିବହନ ମନ୍ତ୍ରୀଙ୍କ ଘର ଏବଂ ଅଫିସର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆ ଯାଇଥିଲା । ନାଗପୁର ପୋଲିସ ଷ୍ଟେସନରେ ଏକ ଏତଲା ମଧ୍ୟ ରୁଜୁ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+