ଯଦି ରାଜନୀତିରେ ଏଣ୍ଟ୍ରି ମାରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ପୋଷ୍ଟର ଲଗାନ୍ତୁ , ଜାଣନ୍ତୁ ଏଭଳି କାହିଁକି କହିଲେ ଗଡକରୀ...

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଦଳ ଗୁଡ଼ିକ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ଏହି କ୍ରମରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ନାଗପୁରରେ ଏକ ସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ଗଡକରୀ ଆତ୍ମୀୟତା ଉପରେ ନିଜର ମତ ରଖିଥିଲେ । ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ସେ କହିଛନ୍ତି ଯେ ତାଙ୍କର କୌଣସି ପୁଅ ରାଜନୀତିରେ ନାହାଁନ୍ତି ।

ମୁଁ ମୋ ପୁଅମାନଙ୍କୁ କହିଲି ଯେ ଯଦି ସେମାନେ ରାଜନୀତିରେ ପ୍ରବେଶ କରିବାକୁ ଚାହାଁନ୍ତି ତେବେ ପ୍ରଥମେ କାନ୍ଥରେ ପୋଷ୍ଟର ଲଗାନ୍ତୁ ଏବଂ ତୃଣମୂଳ ସ୍ତରରେ କାମ କରନ୍ତୁ । ମୋର ରାଜନୌତିକ ଉତ୍ତରାଧିକାରୀ ଉପରେ ବିଜେପି କର୍ମୀଙ୍କର ଅଧିକାର ଅଛି । । ଗଡକରୀ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ କରିଥିବା କାର୍ଯ୍ୟ ଏବଂ ପୁଣ୍ୟ ଉପରେ କେବଳ ବିଜେପି କର୍ମୀଙ୍କର ଅଧିକାର ରହିଛି । ନିତିନ ଗଡକରୀ ଏହା ମଧ୍ୟ କହିଛନ୍ତି ଯେ, ସେ ଗରିବ ଲୋକଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ।

ସବୁବେଳେ ଗରିବଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିବା ମୋର ଲକ୍ଷ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରୋଜଗାରର ସୁଯୋଗ ଯୋଗାଇବା ଏବଂ ଦେଶରେ ଦାରିଦ୍ର‌୍ୟ ଦୂରୀକରଣ ହେଉଛି ନରେନ୍ଦ୍ର ମୋଦୀ ସରକାରଙ୍କ ଏକମାତ୍ର ଉଦ୍ଦେଶ୍ୟ । ଏବଂ ଆମେ ସମସ୍ତେ ଏହି ଦିଗରେ ଏକାଠି କାମ କରୁଛୁ ।

nitin gadkari

କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ମୁଁ ନିଶ୍ଚିତ ଯେ ମୁଁ ଏଥର ଲୋକସଭା ନିର୍ବାଚନରେ ୫ ଲକ୍ଷରୁ ଅଧିକ ଭୋଟ୍ ରେ ଜିତିବି । ସେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଆପଣ ସମସ୍ତେ ମୋତେ ଭଲପାଇବା ଦେଇଛନ୍ତି, ମୁଁ ଦେଶରେ ଯାହା ବି କରିପାରିଛି ତାହା କେବଳ ଆପଣଙ୍କ ଭଲପାଇବା ଏବଂ ସମର୍ଥନ କାରଣରୁ । ମୁଁ ଯାହା ବି କରୁଛିଏଥିପାଇଁ ଶ୍ରେୟ ପାର୍ଟି କର୍ମୀ ଏବଂ ଜନସାଧାରଣଙ୍କ ନିକଟକୁ ଯାଇଥାଏ ବୋଲି କହିଛନ୍ତି ଗଡ଼କରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+