ଦୁଇଚକିଆ ଯାନରେ ଲାଗିବନି ଟୋଲ ଟ୍ୟାକ୍ସ;କେନ୍ଦ୍ରମନ୍ତ୍ରୀ

ଜୁଲାଇ ୧୫ରୁ ଦୁଇ ଚକିଆ ଗାଡ଼ିରୁ ଟୋଲ୍ ଟ୍ୟାକ୍ସ ସଂଗ୍ରହ ଖବରକୁ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଖଣ୍ଡନ କରିଛନ୍ତି । ଗୁରୁବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହା ଉପରେ ଏକ ପୋଷ୍ଟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ଦୁଇ ଚକିଆ ଯାନରୁ ଟୋଲ୍ ଟ୍ୟାକ୍ସ ସଂଗ୍ରହର କୌଣସି ନିଷ୍ପତ୍ତି ପ୍ରସ୍ତାବିତ ନାହିଁ । ସେ ସ୍ପଷ୍ଟ କରିଛନ୍ତି ଯେ ଦୁଇ ଚକିଆ ଗାଡ଼ି ଉପରେ କୌଣସି ପ୍ରକାର ଟୋଲ୍ ଟ୍ୟାକ୍ସ ଲାଗୁ ହେବ ନାହିଁ ।ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏନେଇ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଲେଖିଛନ୍ତି କି, ଏହା ଏକ ଭୁଲ ଖବର ।

ଗଡକରୀ ଲେଖିଛନ୍ତି, ମୁଁ ସ୍ପଷ୍ଟ କରୁଛି ଏଭଳି କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଏହାସହ ସେ ଯେଉଁ ଗଣମାଧ୍ୟମମାନେ ଏଭଳି ଖବର ପ୍ରସାରଣ କରିଥିଲେ ସେମାନଙ୍କୁ କଟାକ୍ଷ କରିଛନ୍ତି । ସେ ଲେଖିଛନ୍ତି ଯେ, କିଛି ଗଣମାଧ୍ୟମ ବ୍ରେକିଂ ନ୍ୟୁଜ୍ ନାମରେ ଲୋକଙ୍କୁ ଭ୍ରମିତ କରୁଛନ୍ତି । ଏହା ସୁସ୍ଥ ସାମ୍ବାଦିକତାର ଲକ୍ଷଣ ନୁହେଁ । ଏଭଳି ପତ୍ରକାରିତାକୁ ମୁଁ ଦୃଢ ନିନ୍ଦା କରୁଛି ।

Nitin Gadkari m

ସୂଚନା ଥାଉ କି, ଚଳିତ ମାସ ୧୮ ତାରିଖରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରି ସୋସିଆଲ ମିଡିଆରେ ଫାଷ୍ଟଟ୍ୟାଗ୍ ପାସ ସ୍କିମ୍ ଘୋଷଣା କରିଥିଲେ । ଏହି ସ୍କିମର ଅବଧି ଓ ଅନ୍ୟ ସର୍ତ୍ତ ମଧ୍ୟ ଘୋଷଣା କରିଥିଲେ । ଏଥିରେ ମେଟ୍ରୋ ସହରଗୁଡିକରେ ଦୈନିକ ଯାତାୟାତ କରୁଥିବା ଲୋକଙ୍କ ପାଇଁ ସହଜ ହେବ ବୋଲି ସେ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+