Get Updates
Get notified of breaking news, exclusive insights, and must-see stories!

ଜାତୀୟ ରାଜପଥ ଉପରେ ଗଡକରୀଙ୍କ ବଡ଼ ବୟାନ, କହିଲେ ଗତ ବର୍ଷ.....

ଦେଶରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଏବଂ ଜାତୀୟ ରାଜପଥ ଗୁଡ଼ିକୁ ପରିବେଶ ଅନୁକୂଳ କରିବା ପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି । ଫରିଦାବାଦ୍‍ ନୋଏଡ଼ା ଆନ୍ତର୍ଜାତିକ ବିମାନ ବନ୍ଦର କରିଡ଼ରରେ 'ଏକ୍‍ ପେଡ୍‍ ମା କେ ନାମ୍‍' ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଅନ୍ତର୍ଗତ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଗଡ଼କରୀ ଏହା କହିଛନ୍ତି ।

ଦେଶ ବ୍ୟାପି ଜାତୀୟ ରାଜପଥରେ ଏ ପର୍ଯ୍ୟନ୍ତ ୪ କୋଟି ୭୮ ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇଛି ବୋଲି ସେ କହିଛନ୍ତି । ଗତବର୍ଷ ୬୦ ଲକ୍ଷ ଚାରାରୋପଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୬୭ ଲକ୍ଷ ଚାରାରୋପଣ କରାଯାଇ ଏ କ୍ଷେତ୍ରରେ ୧୧୨ ପ୍ରତିଶତ ସଫଳତା ହାସଲ ହୋଇଛି ବୋଲି ସେ କହିଛନ୍ତି ।

nitin gadkari

ଏହି ଅବସରରେ ଶ୍ରୀ ଗଡ଼କରୀ ବାଉଁଶର ବ୍ୟବହାର ଉପରେ ଗୁରୁତ୍ୱପ୍ରଦାନ କରିଛନ୍ତି । ଏହାକୁ ଏକ ବହୁମୁଖୀ ଉଦ୍ୟୋଗ ଭାବେ ଶ୍ରୀଗଡ଼କରୀ ବର୍ଣ୍ଣନା କରିଛନ୍ତି । ଭାରତର ଅଟୋ ମୋବାଇଲ୍‍ ଶିଳ୍ପ ଜାପାନକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତମ ଶିଳ୍ପର ମାନ୍ୟତା ହାସଲ କରିଛି ବୋଲି ମନ୍ତ୍ରୀ ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+