ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ଶାଢ଼ୀ
ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ଫ୍ୟାସନ୍କୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚା ହୋଇଥାଏ। ନିକଟରେ ନୀତା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଶପଥ ସମାରୋହରେ ଅଂଶ ଗ୍ରହଣ କରିଥିଲେ। ଟ୍ରମ୍ପ୍ଙ୍କ ସହ ସ୍ୱତନ୍ତ୍ର ରାତ୍ରୀ ଭୋଜନରେ ଯୋଗ ଦେଇଥିବା ବେଳେ ନୀତା ପରିଧାନ କରିଥିବା ଶାଢ଼ି ଏବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି।

ପ୍ରସିଦ୍ଧ ଡିଜାଇନର ତରୁଣ ତାହିଲିଆନିଙ୍କ ଦ୍ୱାରା ଏକ ଉତ୍କୃଷ୍ଟ ଜାମେୱାର (କଶ୍ମୀର କପଡ଼ା) ଶାଢ଼ି ପିନ୍ଧିଥିବା ବେଳେ ତାଙ୍କର ପାରମ୍ପରିକ ଲୁକ୍ ସଭିଙ୍କୁ ବେଶ୍ ପସନ୍ଦ ଆସିଛି।
୧୯୦୦ ଘଣ୍ଟାରୁ ଅଧିକ ସମୟ ଧରି ତିଆରି ହୋଇଥିବା ଏହି ଶାଢ଼ିରେ ପରମ୍ପରା ଏବଂ ସମସାମୟିକ ସୁନ୍ଦରତାର ଏକ ମିଶ୍ରଣ। ଶାଢ଼ି ସହିତ ଏକ ଆଧୁନିକ ହାଇ-ନେକ୍ ବ୍ଲାଉଜ୍ ପରିଧାନ କରିଥିବାର ନଜର ଆସିଛନ୍ତି ନୀତା। ବ୍ଲାଉଜ୍ରେ ଲାଗିଛି ଏକ ହୀରା ପେଣ୍ଡେଣ୍ଟ୍। ସେ ନିଜର ଲୁକ୍କୁ ହୀରା ଓ ମୋତି ମାଳ ଦେଇ ପୂରା କରିଛନ୍ତି।
ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ରିପବ୍ଲିକାନ ନେତା ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସ୍କୁ ଫେରିଛନ୍ତି। ଶପଥ ସମାରୋହ ପୂର୍ବରୁ ଆଜି ୱାସିଂଟନ ଡିସିରେ ଆୟୋଜିତ ଏକ ସମାବେଶରେ ଟ୍ରମ୍ପ ଗତବର୍ଷ ନିର୍ବାଚନ ପ୍ରଚାର ବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାର ସଙ୍କେତ ଦେବା ସହ ତାଙ୍କ ଦ୍ବିତୀୟ ପାଳି କାର୍ଯ୍ୟକାଳର ପ୍ରଥମ ଦିବସରେ ହିଁ ୨୦୦ କାର୍ଯ୍ୟନିର୍ବାହୀ ଆଦେଶ ଜାରି କରିବେ ବୋଲି ଘୋଷଣା କରିଛନ୍ତି।












Click it and Unblock the Notifications