ଆତ୍ମହତ୍ୟା କଲେ ଛାତ୍ରୀ ଅଶାନ୍ତ ହେଲା NIT ପରିସର

ଦିନକୁ ଦିନ ଦେଶରେ ବଢ଼ି ଚାଲିଛି ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣା। ଏବେ ପୁଣି ଏକ ମାମଲା ସାମ୍ନାକୁ ଆସିଛି। ବିହାର ରାଜଧାନୀ ପାଟନରେ ଜଣେ ଏନ୍‌ଆଇଟି ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ କ୍ୟାମ୍ପସ ପରିସରରେ ଜୋରଦାର ହଙ୍ଗାମା ହୋଇଛି।

NIT campus

ଶୁକ୍ରବାର ବିହାର ପାଟନାର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନୋଲଜୀରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ମୃତକ ଜଣକ ହେଲେ କମ୍ପ୍ୟୁଟର ସାଇନ୍ସରେ ପଢ଼ୁଥିବା ଦ୍ୱୀତିୟ ବର୍ଷର ଛାତ୍ରୀ ପଲ୍ଲଭୀ। ସେ ଅନ୍ଧ୍ର ପ୍ରଦେଶର ବାସିନ୍ଦା ଅଟନ୍ତି। ତେବେ ସେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ସେପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ ନେଇ କ୍ୟାମ୍ପସ ପରିସରରେ ଉତ୍ତେଜନା ଦେଖାଦେଇଛି। ଛାତ୍ରଛାତ୍ରୀମାନେ ଜୋରଦାର ହଙ୍ଗାମା କରିଛନ୍ତି। କଲେଜ ପ୍ରଶାସନଙ୍କ ବିରୋଧରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ଏହି ପୂରା ମାମଲାରେ ସମ୍ପୂର୍ଣ୍ଣ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି।

ପଲ୍ଲଭୀଙ୍କ ଜଣେ ବନ୍ଧୁଙ୍କ କହିବା ମୁତବାକ, ପଲ୍ଲଭୀ ଶୁକ୍ରବାର ଦିନ ସେମାନଙ୍କ ସହ ଥିଲେ ଏବଂ ଖୁସି ଥିଲେ। ସେ ଏହା କରିବେ ବୋଲି କାହାରି ଧାରଣା ନଥିଲା। ଏଭଳି ପରିସ୍ଥିତିରେ ପଲ୍ଲଭୀ କାହିଁକି ଏପରି କଲେ ତାହା ଏକ ବଡ଼ ପ୍ରଶ୍ନ। ପଲ୍ଲଭୀ ବହୁତ ଖୁସି ମିଜାର ଝିଅ ଥିଲେ। ସେ ତାଙ୍କ ପାଠପଢ଼ରେ ମଧ୍ୟ ଭଲ ଥିଲେ। ତେବେ ହଠାତ୍ ଏହା କିପରି ଘଟିଲା ତାହା ବୁଝିବା ମୁସ୍‌କିଲ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+