Get Updates
Get notified of breaking news, exclusive insights, and must-see stories!

ସାରା ବିଶ୍ବ ପାଇଁ ଲାଭଦାୟକ ହେବ NISAR: ଇସ୍ରୋ ମୁଖ୍ୟ

ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଶୀଘ୍ର ଆଉ ଏକ ସ୍ମରଣୀୟ ସଫଲତା ହାସଲ କରିବାକୁ ଯାଉଛି । ପୃଥିବୀର ନିରୀକ୍ଷଣ କରୁଥିବା ଉପଗ୍ରହ ନାସା-ଇସ୍ରୋ ସିନ୍ଥେଟିକ ଅପର୍ଚର ରାଡାର(ନିସାର)କୁ ଜିଏସଏଲଭି-ଏସ୧୬ ରକେଟ୍ ଜରିଆରେ ଜୁଲାଇ ୩୦ରେ ଉତକ୍ଷେପଣ କରାଯିବ । ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ)ର ଅଧ୍ୟକ୍ଷ ଭି ନାରାୟଣ ସୋମବାର ଏହି ସୂଚନା ଦେଇଛନ୍ତି । ନିସାର ସାଟେଲାଇଟର ଓଜନ ୨ ହଜାର ୩୯୨ କିଲୋଗ୍ରାମ । ଏହା ପୃଥିବୀର ନିରୀକ୍ଷଣ କରି ପାରୁଥିବା ଏକ ଉପଗ୍ରହ ବା ସାଟେଲାଇଟ । ଏହା ଏମିତି ଏକ ପ୍ରଥମ ଉପଗ୍ରହ ଯିଏ ସିନ୍ଥେଟିକ ଅପର୍ଚର ରାଡାର ସହିତ ପୃଥିବୀର ନିରୀକ୍ଷଣ କରିବ ।

ଇସ୍ରୋ ଅନୁସାରେ, ଏମିତି ଏହା ପ୍ରଥମ ଥର ହେବ ଯେଉଁଠି ଉପଗ୍ରହ ସ୍ୱିପ୍ ଏସଏଆର ଟେକ୍ନୋଲୋଜି ଉପଯୋଗ କରି ୨୪୨ କିଲୋମିଟର ପରିଧିରେ ପୃଥିବୀର ନିରୀକ୍ଷଣ କରିବ । କୌଣସି ପ୍ରକାରର ଛବି ପାଇଁ ଏହା ନିଜର ଉତ୍ତମ ଜ୍ଞାନକୌଶଳର ଉପଯୋଗ କରିବ । ଯଦ୍ୱାରା ଚିତ୍ରକୁ ସ୍ପଷ୍ଟ ଭାବେ ଦେଖା ଯାଇ ପାରିବ । ଏହି ସାଟେଲାଇଟକୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯିବ ।

isro

ଇସ୍ରୋ ଅଧ୍ୟକ୍ଷ କହିଛନ୍ତି, ଇସ୍ରୋ ଓ ନାସା ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ ଏହି ନିରୀକ୍ଷଣ ଉପଗ୍ରହକୁ ଜୁଲାଇ ୩୦ରେ ଉତକ୍ଷେପଣ କରାଯିବ । ଏହାକୁ ପୃଥିବୀର ଭୂପୃଷ୍ଠରୁ ୭୪୦ କିଲୋମିଟର ଉଚ୍ଚତାରେ ସ୍ଥାପିତ କରାଯିବ । ଏହି ଉପଗ୍ରହ ଯେ କୌଣସି ପାଣିପାଗ ଏବଂ ଦିନ ରାତି ୨୪ ଘଣ୍ଟା ପୃଥିବୀର ଫଟୋ ନେଇ ପାରିବ । ଏହା ଭୂସ୍ଖଳଣର ସନ୍ଧାନ କରିବା, ବିପର୍ଯ୍ୟୟ ପ୍ରବନ୍ଧନରେ ସହାୟତା କରିବା ଏବଂ ଜଳବାୟୁ ପରିବର୍ତ୍ତନର ନିରୀକ୍ଷଣ କରିବାରେ ବେଶ ସକ୍ଷମ ।

ନାରାୟଣ କହିଛନ୍ତି, ଏହି ଉପଗ୍ରହ ଭାରତ, ଆମେରିକା ଓ ପୂରା ଦୁନିଆ ପାଇଁ ବେଶ ଲାଭକାରୀ ସାବ୍ୟସ୍ତ ହେବ । ଏହା ପୃଥିବୀର ପ୍ରାକୃତିକ ସମ୍ବଳର ନିରୀକ୍ଷଣ କରିବା ପାଇଁ ବେଶ ମହତ୍ୱପୂର୍ଣ୍ଣ କାମ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+