ବଜେଟ୍ ୨୦୨୪: ଜାଣନ୍ତୁ ଏଥର କିଏ ରହିଛନ୍ତି ସୀତାରମଣଙ୍କ ଟିମରେ
Budget 2024: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ବଜେଟ୍ ଉପରେ ରହିଛି ଅନେକ ଆଶା । ବିଶ୍ୱାସ କରାଯାଏ ଯେ ଏଥିରେ ମୋଦି ସରକାର 2047 ସୁଦ୍ଧା ଦେଶର ବିକାଶ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବେ । ସଂସଦରେ ବଜେଟ୍ ଉପସ୍ଥାପନ କପିବା ପୂର୍ବରୁ ସମସ୍ତ ଔପଚାରିକତା ପୂରଣ କରିଛନ୍ତି ଅର୍ଥମନ୍ତ୍ରୀ । ବର୍ତ୍ତମାନ ସୋସିଆଲ ମିଡିଆରେ ସୀତାରମଣଙ୍କ ପୁରା ଟିମରେ ଫଟୋ ହେଉଛି ଭାଇରାଲ । ଏହି ଫଟୋରେ ସୀତାରମଣ ହାତରେ ବଜେଟ୍ ଟାବ୍ଲେଟକୁ ଧରିଥିବାର ଦେଖିବା ପାଇଁ ମିଳୁଛି ।

ଖବର ଅନୁସାରେ, ନିର୍ମଳା ସୀତାରମଣ ରାଷ୍ଟ୍ରପତି ଭବନକୁ ଯାଇ ବଜେଟ୍ ଉପସ୍ଥାପନ କରିବ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ନେଇଛନ୍ତି । ଏହି ସମୟରେ ତାଙ୍କର ପୁରା ଟିମ୍ ଏକାଠି ନଜର ଆସିଥିଲା । ସକାଳ ୧୧ ଟାରେ ଅର୍ଥମନ୍ତ୍ରୀ ସୀତାରମଣ ଗୃହରେ ବଜେଟ୍ ଉପସ୍ଥାପନ କରିବେ। ଦେଶର ପ୍ରତ୍ୟେକ ବର୍ଗ ଏହି ବଜେଟ୍ ଉପରେ ଅଧିକ ଆଶା ରଖିଛନ୍ତି।
#WATCH | Finance Minister Nirmala Sitharaman meets President Droupadi Murmu at Rashtrapati Bhavan, ahead of the Budget presentation at 11am in Parliament.
(Source: DD News) pic.twitter.com/VdsKg5bSLG
— ANI (@ANI) July 23, 2024
ମୋଦି ସରକାର କ୍ଷମତାକୁ ଆସିବା ପରଠୁ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ସୀତାରମଣଙ୍କ ପୁରା ଟିମ୍ ଦୀର୍ଘ ୬ ମାସ ହେବ କାର୍ଯ୍ୟ କରୁଛି । ତେବେ ତାଙ୍କ ଟିମରେ ଅର୍ଥ ସଚିବ ଟିଭି ସୋମନାଥନ ସାମିଲ ଅଛନ୍ତି ପୂର୍ବରୁ ସେ PMOରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଥିଲେ । ସେହିପରି କର୍ଣ୍ଣାଟକର ୧୯୯୪ ବ୍ୟାଚ୍ IAS ଅଧିକାରୀ ଅରବିନ୍ଦ ଶ୍ରୀବାସ୍ତବଙ୍କୁ ମଧ୍ୟ ବଜେଟ୍ ଟିମ୍ରେ ସ୍ଥାନମିଳିଛି । । ସେ ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର କାର୍ଯ୍ୟକାରିତାର କାର୍ଯ୍ୟ କରନ୍ତି ।
୧୯୯୪ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ହରି ରଞ୍ଜନ ରାଓ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପିକେ ମିଶ୍ରା, ୧୯୯୩ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ପୂଣ୍ୟ ସଲିଳା ଶ୍ରୀବାସ୍ତବ ମଧ୍ୟ ନିର୍ମଳାଙ୍କ ବଜେଟ୍ ଟିମ୍ରେ ସାମିଲ ଅଛନ୍ତି । ସେହିରି ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା, ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ଅଜୟ ସେଠ, ନିବେଶ ଏବଂ ଜନ ସମ୍ପଦ ପରିଚାଳନା ସଚିବ ତୁହିନ୍ କାନ୍ତ ପାଣ୍ଡେ, ଆର୍ଥିକ ସେବା ସଚିବ ବିବେକ ଯୋଶୀ, ଭି ଅନନ୍ଥା ନାଗେଶ୍ୱରନ୍ ଓ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅତିଶ ଚନ୍ଦ୍ର ମଧ୍ୟ ଏଥର ସୀତାରମଣଙ୍କ ବଜେଟ୍ ଟିମରେ ସାମିଲ ଅଛନ୍ତି ।












Click it and Unblock the Notifications