ଚର୍ଚ୍ଚାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ବିବାହ, ନଜର ଆସିନଥିଲେ କୌଣସି ରାଜନେତା

Nirmala Sitharaman:ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଲା ଭାଙ୍ଗାମାୟୀ । ଅତି ନିରାଡମ୍ବର ଭାବେ ବିବାହ କରିଥିବା ନେଇ ଚର୍ଚ୍ଚା ହେଉଛି ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ବେଙ୍ଗାଲୁରୁରେ ଖୁବ ନିରାଡମ୍ବର ଢଙ୍ଗରେ ବିବାହ କରିଥିବାରୁ ଆଜି ଏହି ବିବାହକୁ ନେଇ ବେଶ୍ ଆଲୋଚନା ହେଉଛି । ଖବର ଅନୁସାରେ, ନିର୍ମଳା ସୀତାରମଣ ଝିଅର ବିବାହ ଅଦମାରୁ ମଠରେ ବୈଦିକ ରୀତିନୀତି ହୋଇଥିବା ବିବାହ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବିବାହ ଫଟୋରେ ଅର୍ଥମନ୍ତ୍ରୀ ନିଜ ଝିଅଙ୍କ ସହିତ ନଜର ଆସୁଛନ୍ତି ।
ବେଙ୍ଗାଲୁରୁରେ ପରିବାର ଏବଂ କିଛି ବନ୍ଧୁଙ୍କ ଉପସ୍ଥିତିରେ ବିବାହ ଶେଷ ହୋଇଥିଲା । ଅଦମାରୁ ମଠରେ ସାଧୁସନ୍ଥଙ୍କ ମନ୍ତ୍ରପାଠରେ ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । କୌଣସି ହେଭିୱେଟ ରାଜନେତା ଏହି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ ।
ସୂଚନାଥାଉ ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଲା ସାମ୍ବାଦିକତାରେ ସ୍ନାତକତା ପାସ୍ କରିବା କରିଥିଲେ । ସେ ବର୍ତ୍ତମାନ
'Mint Lounge'ର ଫିଚର ଡିମାର୍ଟମେଣ୍ଟରେ କାମ କରୁଛନ୍ତି । ସେ ଗୁଜରାଟ ବାସିନ୍ଦା ପ୍ରତୀକଙ୍କୁ ବିବାହ କରିଥିବା ନେଇ ସୂଚନା ରହିଛି ।












Click it and Unblock the Notifications