Get Updates
Get notified of breaking news, exclusive insights, and must-see stories!

ହଲିଉଡ ଫିଲ୍ମଠୁ କମ୍ ଟଙ୍କାରେ ନିର୍ମାଣ ହୋଇଛି ଚନ୍ଦ୍ରଯାନ-3

Nirmala Sitharaman Rajya Sabha on ISRO Chandrayaan-3: ସଂସଦର ସ୍ୱତନ୍ତ୍ର ଅଧିବେଶନ ଜାରି ରହିଛି । ଯେଉଁଠାରେ ବୁଧବାର ଦିନ ରାଜ୍ୟସଭାରେ ISROର ସଫଳତା ଉପରେ ଆଲୋଚନା କରାଯାଇଛି । ଏହି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚନ୍ଦ୍ରଯାନ-3 ମିଶନର ସଫଳତା ବିଷୟରେ ଗୃହକୁ କହିଥିଲେ। ସେ ଦାବି କରିଛନ୍ତି ଯେ, ହଲିଉଡ ଫିଲ୍ମ ନିର୍ମାଣ କରିବା ପାଇଁ ଲାଗୁଥିବା ଟଙ୍କାଠୁ କମ୍ ମୂଲ୍ୟରେ ତିଆରି ହୋଇଛି ଚନ୍ଦ୍ରଯାନ-3 ।

ନିର୍ମଳା ସୀତାରମଣ କହିଛନ୍ତି ଯେ ଚନ୍ଦ୍ରଯାନ-3 ମିଶନ ସଫଳ ହୋଇଛି । ଏହାର ବଜେଟ୍ ଥିଲା 75 ମିଲିୟନ୍ ଡଲାର୍ ଅର୍ଥାତ୍ 623 କୋଟି । ତେବେ ବର୍ତ୍ତମାନ ମିଶନ ଜାରି ରହିଛି ଏହା ଫାଇଲାନ୍ ଡାଟା ପରେ ପ୍ରକାଶ ପାଇବ ।

ସେ ଆହୁରି କହିଛନ୍ତି ଯେ, ଅନେକ ସ୍ପେସ୍ ଉପରେ ଆଧାରିତ ଚଳଚ୍ଚିତ୍ରର ବଜେଟ୍ ଏହାଠୁ ଅଧିକ । ମୁଁ ଗୃହକୁ କିଛି ଚଳଚ୍ଚିତ୍ରର ନାମ କହିବାକୁ ଚାହେଁ ଚନ୍ଦ୍ରଯାନ-3ରୁ ଅଧିକ ଟଙ୍କାରେ ନିର୍ମାଣ କରାଯାଇଛି । ହଲିଉଡ ଫିଲ୍ମ Interstellar 165 ମିଲିୟନ୍ ଡଲାର୍, ପାସେଞ୍ଜର ଚଳଚ୍ଚିତ୍ର 110 ମିଲିୟନ୍ ଡଲାର୍, ମର୍ସିଆନ୍ 108 ମିଲିୟନ୍ ଡଲାର୍ ଏବଂ ଗ୍ରାଭିଟି ଚଳଚ୍ଚିତ୍ର 100 ମିଲିୟନ୍ ଡଲାରରେ ନିର୍ମାଣ କରାଯାଇଛି । ହେଲେ ଚନ୍ଦ୍ରଯାନ -3 ଚନ୍ଦ୍ରର ଦକ୍ଷିଣ ପୋଲରେ 75 ମିଲିୟନ ଡଲାରରେ ଅବତରଣ କରିଛି ।

nirmala sitharaman

ଚନ୍ଦ୍ରଯାନ -3 ଚନ୍ଦ୍ରରେ ପହଞ୍ଚିବା ପାଇଁ 40 ଦିନ ସମୟ ନେଇଥିଲେ ଦିନ ତୁଳନାରେ ବଜେଟ୍ କମ୍ । ଆମେ ସ୍ପେସ୍ ପ୍ରୋଗ୍ରାମ୍ ରେ ଆତ୍ମନିର୍ଭରଶୀଳ ହେବାକୁ ଯାଉଛୁ । ଆମ ଦେଶରେ ଟେକ୍ନୋଲୋଜି ବିକାଶ ହେଉଛି, ଯେଉଁଥିପାଇଁ ଆମେ କମ୍ ଟଙ୍କା ସହିତ ସ୍ପେସ୍ ପ୍ରୋଗ୍ରାମ୍ କରିବାରେ ସଫଳ ହେଉଛୁ ।

କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ମଧ୍ୟ ସଂସଦରେ ISROକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଆମର ଚନ୍ଦ୍ରଯାନ ମିଶନର ମୂଲ୍ୟ ପ୍ରାୟ 600 କୋଟି ଥିଲାବେଳେ ଅନ୍ୟ ଦେଶର ମିଶନ 16 ହଜାର କୋଟି ଥିଲା ଏବଂ ଏହା ବିଫଳ ହୋଇଥିଲା। ମୁଁ ଭାରତର ବୌଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+