ସିଦ୍ଧରମେୟାଙ୍କ ଅଭିଯୋଗର ଜବାବ ଦେଲେ ଅର୍ଥମନ୍ତ୍ରୀ
ବେଙ୍ଗାଲୁରୁ: ଗତକାଲି ଦିଲ୍ଲୀରେ ବସିଥିଲା ନୀତି ଆୟୋଗ ବୈଠକ । ଏହି ବୈଠକ ରେ ଇଣ୍ଡିଆ ମେଣ୍ଟର ମମତା ସରକାରଙ୍କୁ ଛାଡ଼ିଦେଲେ ଅନ୍ୟକୌଣସି ସରକାର ସାମିଲ ହୋଇନଥିଲେ । କର୍ଣ୍ଣାଟକ ସମେତ ଅନେକ ରାଜ୍ୟ ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ଯୋଗ ଦେଇନଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କେନ୍ଦ୍ର ବଜେଟରେ ରାଜ୍ୟକୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣିଥିଲେ ।
ଆଜି କର୍ଣ୍ଣାଟକ ସରକାରଙ୍କ ଅଭିଯୋଗ ଉପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିକ୍ରିୟା ଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କର୍ଣ୍ଣାଟକ ଗ୍ରହଣ କରିଥିବା କେନ୍ଦ୍ରୀୟ ସହାୟତା ପୂର୍ବ ଅପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି । ସେ କହିଛନ୍ତି ଯେ ରାଜ୍ୟରେ ଏ ବିଷୟରେ ଅନେକ ଭୁଲ ତଥ୍ୟ ପ୍ରଚାର କରାଯାଇଛି । କଂଗ୍ରେସ ସରକାରଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ ଏହା ମିଛ ଯେ କେନ୍ଦ୍ର କର୍ଣ୍ଣାଟକକୁ ଏହାର ଅଧିକାର ଦେଉନାହିଁ ।

ନିର୍ମଳା ସୀତାରମଣ କହିଛନ୍ତି ଯେ ଏହା ହେଉଛି ଏମିତି ଏକ ପ୍ରସଙ୍ଗ ଯେଉଁଥିରେ ଆପଣଙ୍କୁ କର୍ଣ୍ଣାଟକରେ ଅନେକ ଭୁଲ ତଥ୍ୟ ମିଳୁଛି । ସରକାର ମଧ୍ୟ ଏଥିରେ ଜଡିତ ଅଛନ୍ତି । ଆଜିର ସରକାର ଲୋକଙ୍କୁ କହିଛନ୍ତି ଯେ କେନ୍ଦ୍ର ସରକାର କର୍ଣ୍ଣାଟକକୁ ଏହାର ଅଧିକାର ଦେଉ ନାହାଁନ୍ତି । ଏହା ସମ୍ପୂର୍ଣ୍ଣ ମିଥ୍ୟା । ମୁଁ ଉତ୍ତର ଦେବାକୁ ପ୍ରସ୍ତୁତ କିନ୍ତୁ ଏହା ହେଉଛି ମିଥ୍ୟା ପ୍ରଚାର ଯାହା କର୍ଣ୍ଣାଟକର ବର୍ତ୍ତମାନର ସରକାର ଜାରି ରଖିଛନ୍ତି, ଯାହା ପାଇଁ ମୁଁ ଦୁଃଖିତ ।
ସେ କହିଛନ୍ତି ଯେ ୟୁପିଏ ସରକାର ୨୦୦୪ ରୁ ୨୦୧୪ ମଧ୍ୟରେ ଦିଲ୍ଲୀରେ କ୍ଷମତାରେ ଥିଲେ । କର୍ଣ୍ଣାଟକକୁ ୧୦ ବର୍ଷ ମଧ୍ୟରେ ମାତ୍ର ୮୧,୭୯୧ କୋଟି ଟଙ୍କା ମିଳିଥିଲା । ୨୦୧୪ ରୁ ୨୦୨୪ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦଶ ବର୍ଷରେ କର୍ଣ୍ଣାଟକ ୨୯୫୮୧୮ କୋଟି ଟଙ୍କା ପାଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।












Click it and Unblock the Notifications