Get Updates
Get notified of breaking news, exclusive insights, and must-see stories!

ଡେଲିଭରୀ ବୟଙ୍କ ପାଇଁ ବଜେଟରେ ବଡ଼ ଘୋଷଣା, ୧ କୋଟି ଗିଗ୍ କର୍ମଚାରୀ ପାଇବେ ଲାଭ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ଗିଗ୍ କର୍ମୀଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିବାକୁ ଘୋଷଣା କରାଯାଇଥିଲା। ଏହି ଯୋଜନା ଜରିଆରେ ଉପକ୍ରୁତ ହେବେ ଫ୍ରିଲାନ୍ସର, ଟ୍ୟାକ୍ସି ଡ୍ରାଇଭର ଏବଂ ଖାଦ୍ୟ ଏବଂ ହୋମ ଡେଲିଭରି ବୟ ।

ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ଗ୍ରାହକଙ୍କ ଘରେ ହୋମ୍ ଡେଲିଭରୀ ଦେଉଥିବା ଲୋକ ଏବଂ ଫ୍ରିଲାନ୍ସର, ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ପଞ୍ଜୀକୃତ କରାଯିବ। ଏହା ସହିତ, ସରକାର ଖୁବ୍‌ଶୀଘ୍ର ଡେଲିଭରି ବୟମାନଙ୍କ ପାଇଁ ଏକ ବୀମା ପଲିସି ଘୋଷଣା କରିବେ, ଯାହା ଅଧୀନରେ ସେମାନଙ୍କୁ ସରକାର ବୀମା କଭର ପ୍ରଦାନ କରିବେ।

ମୋଦି ସରକାରଙ୍କ ଏହି ଘୋଷଣା ପରେ, ବାତ୍ୟ,ବର୍ଷାରେ ନିଜ ଜୀବନକୁ ବାଜିରେ ଲଗାଇ ଘରେ ବସିଥିବା ଲୋକଙ୍କୁ ଦରକାରୀ ସାମଗ୍ରୀ ପହଞ୍ଚାଉଥିବା ଡେଲିଭରି ବୟଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି ।

Nirmala Sitharaman

ସାରା ଦେଶରେ ପ୍ରାୟ 1 କୋଟି ଗିଗ୍ କର୍ମଚାରୀ ଏହି ଯୋଜନା ଜରିଆରେ ଉପକୃତ ହେବେ । ସରକାର ବୀମା କଭରେଜ୍ ଯୋଗାଇବେ ଏହା ମଧ୍ୟ ଘୋଷଣା କରିଯାଇଛି ଯେ, ଗିଗ୍ ଏବଂ ଅନଲାଇନ୍ ପ୍ଲାଟଫର୍ମ କର୍ମୀମାନେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PMJAY) ମାଧ୍ୟମରେ ସ୍ୱାସ୍ଥ୍ୟ ବୀମା ମଧ୍ୟ ପାଇପାରିବେ । ସେମାନଙ୍କୁ ପରିଚୟପତ୍ର ଏବଂ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ ମଧ୍ୟ ଯୋଗାଇ ଦିଆଯିବ। ଏହା ଦ୍ୱାରା ପ୍ରାୟ ୧ କୋଟି ଗିଗ୍ କର୍ମଚାରୀ ସିଧାସଳଖ ଲାଭ ପାଇବେ ବୋଲି ଆଶା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+