ଆଜିଠୁ ଆରମ୍ଭ ହେଲା ‘ଆପ୍ କୀ ପୁଞ୍ଜି - ଆପ୍ କା ଅଧିକାର’ ଅଭିଯାନ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୁଜରାଟର ଗାନ୍ଧିନଗରଠାରୁ 'ଆପ୍ କୀ ପୁଞ୍ଜି - ଆପ୍ କା ଅଧିକାର' ଅଭିଯାନର ଶୁଭାରମ୍ଭ କରିଛନ୍ତି । ସମଗ୍ର ଦେଶରେ ଆର୍ଥିକ ବ୍ୟବସ୍ଥାରେ ବିଭିନ୍ନ କ୍ଷେତ୍ରରେ ପଡ଼ିରହିଥିବା ଦାବିହୀନ ଆର୍ଥିକ ସମ୍ପତ୍ତିଜନିତ ସମସ୍ୟାର ତ୍ୱରିତ ସମାଧାନ କରିବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।

ଏହି ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଦନ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ଏହି ଅଭିଯାନ ମାଧ୍ୟମରେ ଦାବି କରାଯାଇ ନ ଥିବା ଜମାରାଶିକୁ ଏହାର ବୈଧ ଦାବିଦାରମାନଙ୍କୁ ହସ୍ତାନ୍ତର ସୁନିଶ୍ଚିତ କରାଯାଇପାରିବ । ଆର୍ଥିକ ପ୍ରତିଷ୍ଠାନ ଏବଂ ଦାବିଦାରମାନଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରି ଶ୍ରୀମତୀ ସୀତାରମଣ କହିଛନ୍ତି, ଜନସାଧାରଣ ଆର୍ଥିକ ସଶକ୍ତୀକରଣ କ୍ଷେତ୍ରରେ ଏହି ପଦକ୍ଷେପ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ।












Click it and Unblock the Notifications