ବିରୋଧିଙ୍କ ମେଣ୍ଟ I.N.D.I.A ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, କହିଲେ ହିନ୍ଦୁ ଓ 'ସନାତନ ଧର୍ମ'କୁ କରାଯାଉଛି

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ ସରକାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ନିରନ୍ତର ସନାତନ ଧର୍ମ ବିରୋଧରେ ବିବୃତ୍ତି ଜାରି ରଖିଛନ୍ତି । ଡିଏମକେ ଦଳର ମନ୍ତ୍ରୀ ଉଦୟନିଧି ସନାତନ ଧର୍ମ ଲୋକଙ୍କ ମଧ୍ୟରେ ମତଭେଦ ତଥା ଭେଦଭାବକୁ ପ୍ରୋତ୍ସାହିତ କରୁଛି ବୋଲି କହିଛନ୍ତି । ଡିଏମକେ ନେତା ଉଦୟନିଧିଙ୍କ ଏହି ବିବାଦିୟ ମନ୍ତବ୍ୟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିରୋଧ କରିଛନ୍ତି ଏବଂ କଡ଼ା ଜବାବ ଦେଇଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି, ଯେଉଁମାନେ ଦେଶ ଭାଙ୍ଗିବାକୁ ଚାହୁଁଛନ୍ତି ସେମାନଙ୍କୁ କଂଗ୍ରେସ ସମର୍ଥନ କରୁଛି । ଡିଏମକେ ଏବଂ ବିରୋଧୀ ଦଳ, ହିନ୍ଦୁ ଏବଂ 'ସନାତନ ଧର୍ମ' ବିରୋଧରେ। କଂଗ୍ରେସ ଉପରେ ଆକ୍ରମଣ କରି ସୀତାରମଣ ଦାବି କରିଛନ୍ତି ଯେ ଦେଶର ସର୍ବ ପୁରାତନ ଦଳ ଭାରତକୁ ଭାଙ୍ଗିବାକୁ ଚାହୁଁଥିବା ଗୋଷ୍ଠୀକୁ ସମର୍ଥନ କରୁଛି । ସୋନିଆ ଗାନ୍ଧି ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପରେ ମଧ୍ୟ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ । ସେ କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ସେ ଭାରତ ତୋଡ ଯାତ୍ରା ବୋଲି କହିଛନ୍ତି ।

 nirmala sitharaman

NDTVକୁ ଦେଇଥିବା ଏକ ସାକ୍ଷାତକାରରେ ଅର୍ଥମନ୍ତ୍ରୀ ସୀତାରମଣ ଦାବି କରିଛନ୍ତି ଯେ, I.N.D.I.A. ଦଳର କୌଣସି ସଦସ୍ୟ ଏହି ମନ୍ତବ୍ୟକୁ ନିନ୍ଦା କରିନାହାଁନ୍ତି। ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ଡିଏମକେରେ ସନାତନ ବିରୋଧୀ ନୀତି ରହିଛି, ମୁଁ ବ୍ୟକ୍ତିଗତ ଭାବେ ଏହା ଅନୁଭବ କରିଛି।

ସୀତାରମଣ ଆହୁରି କହିଛନ୍ତି, ମୂଳରୂପରେ ଜି-୨୦ ଏକ ବିତ୍ତିୟ ମଞ୍ଚ ସେ ଏହି ମଞ୍ଚରେ ବିଶେଷ କରି କ୍ରିପ୍ଟୋ କରେନ୍ସି, ବିଶ୍ୱସ୍ତରୀୟ ଋଣ ଏବଂ ଅନ୍ତର୍ଜାତୀୟ ମୁଦ୍ରା ଫୋରମ ଏବଂ ବିଶ୍ୱ ବ୍ୟାଙ୍କର ସଂସ୍କାର ଆଣିବାରର ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏନେଇ ଭାରତ ସମସ୍ତ ପ୍ରସଙ୍ଗରେ ସହମତି ସୃଷ୍ଟି କରିବାରେ ସଫଳ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+