ମୋଦି ୩.୦: ଅର୍ଥମନ୍ତ୍ରୀ ଭାବେ ଦୟିତ୍ୱ ନେଲେ ନିର୍ମଳା ସୀତାରମଣ
Nirmala Sitharaman: ଲୋକସଭା ନିର୍ବାଚନ 2024 ପରେ ଗଠିତ ନୂତନ ସରକାରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂତନ କ୍ୟାବିନେଟରେ ଅର୍ଥ ମନ୍ତ୍ରଣାଳୟ ବଣ୍ଟନ ହେବା ପରେ ସେ ଆଜି ଅର୍ଥାତ୍ ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପରେ, ଆସନ୍ତା ମାସରେ ସେ 2024-25 ପାଇଁ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ନେଇ ସୂଚନା ରହିଛି ।
ନ୍ୟୁଜ୍ ଏଜେନ୍ସି PTI ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ବିଷୟରେ ଏକ ଅପଡେଟ୍ ସେୟାର କରିଛି । ପିଟିଆଇ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ସୂଚନା ଦେଇଛି ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର କ୍ୟାବିନେଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଭିଡିଓରେ ଅର୍ଥମନ୍ତ୍ରୀ ନିଜ କାର୍ଯ୍ୟାଳୟରେ ନଜର ଆସୁଛନ୍ତି ଏବଂ ତାଙ୍କୁ ବିଭାଗର କର୍ମଚାରୀମାନେ ସ୍ୱାଗତ କରୁଥିବାର ଦେଖିବାକୁ ମିଳୁଛି ।

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ମୃତ୍ୟୁ ପରେ ନିର୍ମଳା ସୀତାରମଣଙ୍କୁ ମୋଦି ସରକାରରେ ଅର୍ଥ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ମେ 2019 ରେ ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ନିର୍ମଳା ସୀତାରମଣ । ଏହାପୂର୍ବରୁ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ନିର୍ମଳା ସୀତାରମଣଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା।












Click it and Unblock the Notifications