Union Budget 2023 Highlights: ରେଳବାଇ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା
ମିଲେଟସ୍ ଅର୍ଥାତ୍ ମୋଟା ଶସ୍ୟକୁ ପ୍ରୋତ୍ସାହିତ କରିବାରେ ଭାରତ ଅଗ୍ରଣୀ । ଆମେ ଶ୍ରୀ ଅନ୍ନର ସର୍ବ ବୃହତ ଉତ୍ପାଦକ ଏବଂ ଦ୍ୱିତୀୟ ବୃହତ୍ତମ ରପ୍ତାନିକାରୀ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ କେନ୍ଦ୍ର ବଜେଟ୍ ଉପସ୍ଥାପନା କରୁଛନ୍ତି । ଅମୃତ କାଳର ଏହା ପ୍ରଥମ ବଜେଟ୍ । ଚଳିତ ବର୍ଷର ବଜେଟରେ ମହିଳା, ଚାଷୀ, ପଛୁଆବର୍ଗଙ୍କୁ ଅଧିକ ଧ୍ୟାନ ଦିଆଯାଉଛି । ନଜର ପକାନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା ହୋଇଥିବା ବଜେଟ୍ ଉପରେ ।
1. ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଆନ୍ନା ଯୋଜନା ଅଧୀନରେ 2 ଲକ୍ଷ କୋଟି ଟଙ୍କା କେନ୍ଦ୍ର ସରକାର ବହନ କରୁଛନ୍ତି । ଅନ୍ତ୍ୟୋଦୟ ଯୋଜନା ଅନ୍ତର୍ଗତ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଣ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି
2. ଯୁବ କୃଷି ଷ୍ଟାର୍ଟଅପ୍ କୁ ପ୍ରୋତ୍ସାହିତ କରିବା ପାଇଁ କୃଷି ତ୍ୱରାନ୍ୱିତ ପାଣ୍ଠି ଆରମ୍ଭ ହେବ ।
3. ମିଲେଟସ୍ ଅର୍ଥାତ୍ ମୋଟା ଶସ୍ୟକୁ ପ୍ରୋତ୍ସାହିତ କରିବାରେ ଭାରତ ଅଗ୍ରଣୀ । ଆମେ ଶ୍ରୀ ଅନ୍ନର ସର୍ବ ବୃହତ ଉତ୍ପାଦକ ଏବଂ ଦ୍ୱିତୀୟ ବୃହତ୍ତମ ରପ୍ତାନିକାରୀ ।
4. ୨୦ ଲକ୍ଷ କୋଟିର କୃଷି ଋଣ ଫଣ୍ତ୍ । ଯେଉଁଥିରେ ପଶୁପାଳନ, ମତ୍ସ୍ୟ ଏବଂ ଦୁଗ୍ଧ ଉପରେ ଅଧିକ ଧ୍ୟାନ ଦିଆଯିବ । ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ।
5. ୧୫୭ ନୂଆ ନଂର୍ସି କଲେଜ ହେବ । ୧୫୭ଟି ମେଡିକାଲ କଲେଜ ସହାୟତାରେ ଏଗୁଡ଼ିକ ପ୍ରତିଷ୍ଠା ହେବ ।
6. ଜାତୀୟ ଶିଶୁ ପାଠାଗାର ଆରମ୍ଭ ହେବ, ଯେଉଁଥିରେ ପିଲାମାନେ ଭୌଗୋଳିକ ସୂଚନା ପାଇବେ । ସେମାନଙ୍କୁ ଜାତୀୟ ଡିଜିଟାଲ ଲାଇବ୍ରେରୀ ମାଧ୍ୟମରେ ଉନ୍ନତ ଶିକ୍ଷା ଦିଆଯିବ । ଏହିପରି ଉତ୍ସ ଛାତ୍ରମାନଙ୍କ ପାଇଁ ବହୁତ ସାହାଯ୍ୟ କରିବ । ଏହା ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ହେବ ।
7. ସମସ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ଆମ ସରକାର ଦୁଗ୍ଧ, ମତ୍ସ୍ୟ ଏବଂ ଜଳ ଶକ୍ତି କ୍ଷେତ୍ରରେ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି । ୫୦୦ ବ୍ଲକରେ ସରକାରୀ ଯୋଜନା ବିତରଣ କରିବାକୁ ସରକାର ନିକଟରେ ଏକ ଅଭିଯାନ ଆରମ୍ଭ କରିଛନ୍ତି ।
8. ସାମଗ୍ରିକ ବିକାଶ, ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ, ଇନଫ୍ରା ଏବଂ ପୁଞ୍ଜି ବିନିଯୋଗ, ଲୋକଙ୍କ ଦକ୍ଷତା, ସବୁଜ ବିକାଶ, ଯୁବ ଶକ୍ତି, ଅର୍ଥ କ୍ଷେତ୍ର ଉପରେ ସରକାରଙ୍କ ଧ୍ୟାନ ଅଧିକ ।
9. ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା
10. KYC ପ୍ରକ୍ରିୟା ସରଳୀକୃତ ହେବ । ପାନ୍ କାର୍ଡ ମଧ୍ୟ ଏକ ପରିଚୟ ପ୍ରମାଣ ଭାବରେ ଗ୍ରହଣ କରାଯିବ ।












Click it and Unblock the Notifications