ତାମିଲନାଡ଼ୁରେ ପ୍ରାଣ ପ୍ରତିଷ୍ଟାର ସିଧାପ୍ରସାରଣ ଉପରେ ରୋକ୍ , ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ...

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଟା ସମାରୋହା ଲାଗି ସାରା ଦେଶରେ ଉତ୍ସବର ମାହୋଲ ରହିଛି । ଆସନ୍ତା କାଲି ପ୍ରଭୁ ଶ୍ରୀରାମଙ୍କ ରାମଙ୍କ ପ୍ରତିମୂର୍ତ୍ତୀ ସ୍ଥାପନା ହେବାକୁ ଯାଉଛି । ଅଯୋଧ୍ୟାରେ ଧାର୍ମିକ ରୀତିନୀତି କାର୍ଯ୍ୟ ଜାରି ରହିଛି । ସେପଟେ ତାମିଲନାଡୁ ସରକାରଙ୍କ ବିରୋଧରେ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ ଏବଂ ଗୁରୁତର ଅଭିଯୋଗ ଆଣିଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟରେ ଅଭିଯୋଗ କରିଛନ୍ତି ଯେ ତାମିଲନାଡୁର ଷ୍ଟାଲିନ ସରକାର ରାମ ମନ୍ଦିର ଉଦ୍ଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କେବଳ ଏତିକି ନୁହେଁ, ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ ପୋଲିସ ବ୍ୟକ୍ତିଗତ ଭାବେ ଚାଲୁଥିବା ମନ୍ଦିରଗୁଡିକର କାର୍ଯ୍ୟକ୍ରମ ଆୟୋଜନରୁ ମଧ୍ୟ ଅଟଳାଉଛି ।

ତାମିଲନାଡୁର ଖବରକାଗଜର ଏକ କଟିଂ ପୋଷ୍ଟ କରି କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ତାମିଲନାଡୁ ସରକାର ୨୨ ଜାନୁୟାରୀ ୨୦୨୪ ରେ ଆୟୋଜିତ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିର କାର୍ଯ୍ୟକ୍ରମର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସେ ଆହୁରି କହିଛନ୍ତି ଯେ ତାମିଲନାଡୁରେ ପ୍ରଭୁ ଶ୍ରୀ ରାମଙ୍କର ୨୦୦ ରୁ ଅଧିକ ମନ୍ଦିର ଅଛି ।

nirmala sitharaman

HR&CEଦ୍ୱାରା ପରିଚାଳିତ ମନ୍ଦିରଗୁଡ଼ିକରେ ଶ୍ରୀ ରାମଙ୍କ ନାମରେ କୌଣସି ପ୍ରକାରର ପୂଜା, ଭଜନ, କୀର୍ତ୍ତନ, ପ୍ରସାଦ ଏବଂ ଅନ୍ନଦାନର ଅନୁମତି ସରକାର ଦେଇ ନାହାନ୍ତି । ମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ "ବ୍ୟକ୍ତିଗତ ଭାବେ ଚାଲୁଥିବା ମନ୍ଦିରଗୁଡିକୁ ମଧ୍ୟ ଆୟୋଜନ କରିବାକୁ ବାରଣ କରାଯାଇଛି । ସେମାନେ ଆୟୋଜକମାନଙ୍କୁ ଧମକ ଦେଉଛନ୍ତି ଯେ ସେମାନେ ପେଣ୍ଡାଲ ଗୁଡ଼ିକୁ ଭାଙ୍ଗି ଦେବେ । ମୁଁ ଡିଏମକେ ରାଜ୍ୟ ସରକାରଙ୍କ ଏହି ହିନ୍ଦୁ ବିରୋଧୀ, ଘୃଣ୍ୟ କାର୍ଯ୍ୟକୁ ଦୃଢ଼ ନିନ୍ଦା କରୁଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମାଳ ସୀତାରମଣ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+