NIRF Rankings 2024: ପୁଣି ଦେଶର ୧ନଂ ଶିକ୍ଷାନୁଷ୍ଠାନ ଆଇଆଇଟି ମାଡ୍ରାସ
NIRF Rankings 2024: ଆଇଆଇଟି ମାଡ୍ରାସ ପୁଣିଥରେ ଦେଶର ୧ନଂ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଛି। ନ୍ୟାଶନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ ପକ୍ଷରୁ ଦେଶର ଶ୍ରେଷ୍ଠ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ରାଙ୍କିଙ୍ଗ ଜାରି କରାଯାଇଛି। ଏନଆଇଆରଏଫ ୨୦୨୪ ପକ୍ଷରୁ ଜାରି ତାଲିକାରେ ଆଇଆଇଟି ମାଡ୍ରାସ ନମ୍ବର ୧ ସ୍ଥାନରେ ରହିଛି।
ଏହାକୁ ମିଶାଇ କ୍ରମାଗତ ୮ମ ଥର ପାଇଁ ଆଇଆଇଟି ମାଡ୍ରାସ ଇଞ୍ଜିନିୟରିଂ କ୍ଷେତ୍ରରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଓଭର ଅଲ କ୍ୟାଟାଗୋରୀ ରାଙ୍କିଙ୍ଗର ଟପ୍ ୧୦ରେ ଦେଶର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଜେଏନୟୁ ମଧ୍ୟ ରହିଛି। ଏହି ଶିକ୍ଷାନୁଷ୍ଠାନ ୧୦ ନମ୍ବର ସ୍ଥାନରେ ରହିଛି। ତେବେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗରେ ଆଇଆଇଟିଗୁଡ଼ିକର ଦବଦବା ଦେଖିବାକୁ ମିଳିଛି।

ଆଇଆଇଟି ମାଡ୍ରାସ ପଛକୁ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ସାଇନ୍ସ ଦ୍ୱିତୀୟ ସ୍ଥାନରେ ରହିଛି। ଆଇଆଇଟି ବମ୍ବେ ୩ୟ ସ୍ଥାନରେ, ଆଇଆଇଟି ଦିଲ୍ଲୀ ୪ର୍ଥ ସ୍ଥାନରେ, ଆଇଆଇଟି କାନପୁର ୫ମ ସ୍ଥାନରେ, ୬ଷ୍ଠ ସ୍ଥାନରେ ଆଇଆଇଟି ଖଡ଼ଗପୁର, ୭ମ ସ୍ଥାନରେ ଦିଲ୍ଲୀ ଏମ୍ସ, ଆଇଆଇଟି ଋକୀ ୮ମ ସ୍ଥାନରେ ଓ ଆଇଆଇଟି ଗୁହାଟୀ ୯ମ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ୧୦ମ ସ୍ଥାନରେ ରହିଛି।












Click it and Unblock the Notifications