ମମତାଙ୍କ ଉପରେ ପ୍ରତିକ୍ରିୟା ଦେଲେ ନିର୍ଭୟାଙ୍କ ମା, କହିଲେ...
ନୂଆଦିଲ୍ଲୀ: କୋଲକାତା ଆର୍. ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ତୁମ୍ବିତୋଫାନ ସୃଷ୍ଟି କରିଛି। ସେପଟେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଜାରି ରହିଛି । ସେପଟେ ସାରା ଦେଶରେ ଜାରି ରହିଛି ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନ ।
ଆଜି ସକାଳେ ପଚରା ଉଚରା ପାଇଁ CBI ଅଫିସରେ ପହଞ୍ଚିଛନ୍ତି ପୂର୍ବ ପ୍ରିନ୍ସିପାଲ ସନ୍ଦୀପ ଘୋଷ । କିନ୍ତୁ ଏହାଭିତରେ ରାଷ୍ଟ୍ରୀୟ ମହିଳା ଆୟୋଗ(NCW) ଆରଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନେଇ ଏକ ବଡ଼ ଖୁଲାସା କରିଛି । ଏହି ମାମଲାକୁ ନେଇ କୋଲକାତା ପୋଲିସ ତଦନ୍ତ କରିବାରେ ଅବହେଳା କରିଥିବା ଅଭିଯୋଗ ଆଣିଛି । ଏହାସହିତ ଘଟଣାସ୍ଥଳରୁ ପ୍ରମାଣ ନଷ୍ଟ କରିବା ପାଇଁ ମଧ୍ୟ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି ।

ବର୍ତ୍ତମାନ ଏହି ମାମଲାରେ ନିର୍ଭୟାଙ୍କ ମା' ଆଶା ଦେବୀ ମୁହଁ ଫିଟାଇଛନ୍ତି। ଆଶାଦେବୀ ନିଜର ପ୍ରଥମ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ଘେରିଛନ୍ତି। ସେ କହିଛନ୍ତି, ମମତା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି, ତେଣୁ ସେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ।
ନିର୍ଭୟାଙ୍କ ମା ଆଶା ଦେବୀ ସିଏମ ମମତାଙ୍କୁ ବଡ଼ା ସମାଲୋଚନା କରି କହିଛନ୍ତି, ମମତା ବାନାର୍ଜୀ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କ ଅଧିକାରକୁ ବ୍ୟବହାର କରିବା ପରିବର୍ତ୍ତେ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏହି ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମମତା ବିରୋଧ ପ୍ରଦର୍ଶନ କରୁଛନ୍ତି। ସେ ନିଜେ ଜଣେ ମହିଳା। ରାଜ୍ୟ ମୁଖ୍ୟ ଭାବରେ ନିଜର ଦାୟିତ୍ୱ ପୂରଣ କରି ସେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ସେ ଇସ୍ତଫା ଦେବା ଉଚିତ, କାରଣ ସେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି।












Click it and Unblock the Notifications