ନିପା ଭୂତାଣୁ ଆତଙ୍କ ; ୨୪ ବର୍ଷୀୟ ଯୁବକଙ୍କର ନେଲା ଜୀବନ
କେରଳର ମାଲାପୁରମ ଜିଲାରେ ନିପା ଭୂତାଣୁରେ ଆକ୍ରାନ୍ତ ଜଣେ ୨୪ ବର୍ଷୀୟ ଯୁବକଙ୍କର ରବିବାର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୧୫୧ ଜଣଙ୍କୁ ଚିହ୍ନଟ କରାଯାଇ ବର୍ତ୍ତମାନ ସଙ୍ଗରୋଧରେ ରଖାଯାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଏମାନଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପୁଣେସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଥିବା କୁହାଯାଇଛି। ନିପା ଭୂତାଣୁ ଯୋଗୁଁ ଯୁବକଙ୍କର ମୃତ୍ୟୁ ଘଟିବା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଏକ ଜରୁରୀ ବୈଠକ ଡକାଇ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।












Click it and Unblock the Notifications