ବ୍ୟାପୁଛି ନିପା ଭାଇରସ: ଏହି ରାଜ୍ୟର ୭ଟି ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଗଲା
Nipah Virus: ନିପା ଭାଇରସ ଯୋଗୁଁ ଲୋକଙ୍କ ମୃତ୍ୟୁ ହେବା ପରେ କେରଳରେ ବର୍ତ୍ତମାନ ବୟର ବାତାବରଣ ସୃଷ୍ଟି ହୋଇଛି । ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 7ଟି ଗାଁକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା କରାଯାଇଛି ଏବଂ ସ୍କୁଲଗୁଡିକ ମଧ୍ୟ ବନ୍ଦ କରାଯାଇଛି । ଏପର୍ଯ୍ୟନ୍ତ କେରଳର ନିପା ଭାଇରସ୍ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଛି । ସେହିପରି ଡାକ୍ତରଖାନାରେ ମାସ୍କ ପିନ୍ଧିବା ମାଧ୍ୟତାମୂଳକ କରାଯାଇଛି ।
ମିଳିଥିବା ରିପୋର୍ଟ ଅନୁସାରେ, ବର୍ତ୍ତମାନ ୯ ବର୍ଷର ଶିଶୁ ସମେତ ଆଉ ଦୁଇଜଣ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ରହିଛି । ନିପା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା କାରଣରୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ସତର୍କ ସୂଚନା ଜାରି କରିଛି। ଅଧିକାରୀମାନେ ପ୍ରଭାବିତ ଅଞ୍ଚଳରେ କିଛି ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି ।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ, କେରଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ 130ରୁ ଅଧିକ ଲୋକଙ୍କର ନିପା ଭାଇରସ ଟେଷ୍ଟ କରାଯାଇଛି । ବୁଧବାର ଦିନ ବିଧାନସଭାରେ ରାଜ୍ୟ ସରକାର କହିଛନ୍ତି ଯେ, ପୁଣେରୁ ନ୍ୟାସଲାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଟିମ୍ ଆଜି କେରଳକୁ ଆସି ନିପା ଭାଇରସ ଯାଞ୍ଚ କରିବ । କୋଜିକୋଡେ ମେଡିକାର କଲେଜରେ ମଧ୍ୟ ବାଦୁଡିଙ୍କ ଉପରେ ଏକ ସର୍ଭେ କରାଯାଉଛି । ସେପଟେ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ତଭିଆ କହିଛନ୍ତି, ପରିସ୍ଥିତିର ଅନୁଧ୍ୟାନ କରିବା ଏବଂ ନିପା ଭାଇରସ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ତରଫରୁ କେରଳକୁ ଏକ ବିଶେଷଜ୍ଞ ଦଳ ପଠାଯାଇଛି ।
7ଟି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରାଯାଇଛି। ଏଥିମଧ୍ୟରେ ଆଟାନଚେରୀ, ମାରୁଥୋନକରା, ତିରୁଭାଲୁର, କୁଟିଆଡି, କାୟାକକୋଡି, ଭିଲାପାଲ୍ଲି ଏବଂ କଭିଲୁମ୍ପାରା ଅନ୍ତର୍ଭୁକ୍ତ | ନିଷିଦ୍ଧ ଅଞ୍ଚଳ ଭାବରେ ଘୋଷିତ ସାତ ଗ୍ରାମ ପଞ୍ଚାୟତର 43ଟି ୱାର୍ଡରୁ କାହାକୁ ଯିବାକୁ ଅନୁମତି ଦିଆଯିବ ନାହିଁ।
ସେହିପରି ଅତ୍ୟାବଶ୍ୟକ ଦ୍ରବ୍ୟ ଏବଂ ଔଷଧ ବିକ୍ରୟ କରୁଥିବା ଦୋକାନଗୁଡ଼ିକୁ ଖୋଲାରହିବ । ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡିକ ସକାଳ ୭ ଟାରୁ ୫ଟା ପର୍ଯ୍ୟନ୍ତ ଖୋଲାଯିବାକୁ ଅନିମତି ଦିଆଯାଇଛି ।
ସ୍ଥାନୀୟ କଲେକ୍ଟର କହିଛନ୍ତି ଯେ, ସରକାରୀ ଅନୁଷ୍ଠାନ ଏବଂ ଗାଁ କାର୍ଯ୍ୟାଳୟଗୁଡ଼ିକୁ ସର୍ବନିମ୍ନ କର୍ମଚାରୀଙ୍କ ସହ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ। ସେ କହିଛନ୍ତି ବ୍ୟାଙ୍କ, ଅନ୍ୟ ସରକାରୀ କିମ୍ବା ଅର୍ଦ୍ଧ ସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡି ବନ୍ଦ ରହିବ।
କେରଳ ସରକାର କୋଜିକୋଡେରେ ଏକ କଣ୍ଟ୍ରୋଲ ରୁମ ସ୍ଥାପନ କରିବା ସହ ଲୋକଙ୍କୁ ସତର୍କତା ମୂଳକ ଭାବରେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଉକ୍ତ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ, ଅଙ୍ଗନୱାଡି କେନ୍ଦ୍ର, ବ୍ୟାଙ୍କ୍ ଏବଂ ସରକାରୀ ଅନୁଷ୍ଠାନ ବନ୍ଧ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications