କରୋନାଠୁ ମାରାତ୍ମକ ନିପା ଭାଇରସ: ବଢିବ ମୃତ୍ୟୁ ହାର
Nipah Virus VS Covid-19: କରୋନାଠାରୁ ଅଧିକ ମାରାତ୍ମକ ନିପା ଭାଇରସ । କେରଳରେ ଏବେ କାୟା ବିସ୍ତାର କରିବାରେ ଲାଗିଛି ଏହି ଭୟଙ୍କର ଭାଇରସ୍ । କେରଳର କୋଜିକୋଡେରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ନିପା ସଂକ୍ରମଣ ମୋଟ୍ ୬କୁ ବୃଦ୍ଧି ପାଇଛି । ବର୍ତ୍ତମାନ ୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ତେବେ ଆଇସିଏମଆର୍ ରିପୋର୍ଟ ଅନୁସାରେ କରୋନାର ମୃତ୍ୟୁ ହାର ୨ ରୁ ୩ ପ୍ରତିଶତ ରହିଥିବା ବେଳେ ନିପାର ମୃତ୍ୟୁ ହାର ୪୦ ରୁ ୭୦ ପ୍ରତିଶତ ରହିଛି ।
ରିପୋର୍ଟ ଅନୁସାରେ, ନିପା ଭାଇରସରେ ମୃତ୍ୟୁହାର 40-70 ପ୍ରତିଶତ ମଧ୍ୟରେ ରହିଛି। ଏହା ବ୍ୟତୀତ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଅଷ୍ଟ୍ରେଲିଆରୁ 20 ଡୋଜ ମୋନୋକ୍ଲୋନାଲ ଆଣ୍ଟିବଡି କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଆଇସିଏମଆର ମୁଖ୍ୟ କହିଛନ୍ତି, "2018 ମସିହାରେ ଆମେ ଅଷ୍ଟ୍ରେଲିଆରୁ ମୋନୋକ୍ଲୋନାଲ ଆଣ୍ଟିବଡିଗୁଡିକର କିଛି ମାତ୍ରା ନେଇଥିଲୁ। ବର୍ତ୍ତମାନ ଏହି ମାତ୍ରା କେବଳ 10 ରୋଗୀଙ୍କ ପାଇଁ ଉପଲବ୍ଧ ରହିଛି । ଆଉ 20ଟି ଡୋଜ କିଣିବା ପାଇଁ ପଡିବ । କିନ୍ତୁ ସଂକ୍ରମଣରର ପ୍ରଥମ ଷ୍ଟେଜରୁ ହିଁ ଏହି ଔଷଧ ଦେବା ପାଇଁ ପଡିବ ।

ତେବେ କରୋନାଠାରୁ ଏହି ଭାଇରସ୍ ଅଧିକ ଭୟଙ୍କର । 100 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 40-70 ଜଣଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି। ରାଜୀବ ବାହଲ କହିଛନ୍ତି ଯେ କରୋନା ସଂକ୍ରମଣରେ ମୃତ୍ୟୁ ହାର ମାତ୍ର 2-3 ପ୍ରତିଶତ ଥିଲା। ହେଲେ ଏହି ହାର ନିପା ଭାଇରସ ସମୟରେ ବୃଦ୍ଧି ପାଇବାର ଆଶଙ୍କାର ରହିଛି । ବର୍ତ୍ତମାନ ଏହି ସଂକ୍ରମଣକୁ ଏଡାଇବା ପାଇଁ ପଦକ୍ଷେପ ନିଆଯାଉଛି ।
କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ବାଂଲାଦେଶୀ ଭୂତାଣୁ ଏବଂ ଏହା ମଣିଷଠାରୁ ମଣିଷକୁ ବ୍ୟାପିଥାଏ । କେରଳରେ ନିପା ଭାଇରସ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ ଏହି ଜୀବାଣୁର କୌଣସି ଉପଶମ କିମ୍ବା ଟିକା ନାହିଁ, ତେଣୁ ଏହାକୁ ରୋକିବା ପାଇଁ ଏକମାତ୍ର ଉପାୟ ହେଇଛି ସମାଧାନ ରହିବା ।
କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧୦୮୦ ଜଣଙ୍କୁ ଚିହ୍ନଟ କରାଯାଇଛି। କେବଳ ଶୁକ୍ରବାର ଦିନ ୧୩୦ ଜଣଙ୍କୁ ଟ୍ରାକ କରାଯାଇଥିଲା। ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରେ ୩୨୭ ଜଣ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି ।
ନିପା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି କରାଳ ସରକାର ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ କୋଝିକୋଡ଼େ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଏଥିରେ ବିଦ୍ୟାଳୟ, କଲେଜ ଏବଂ ଟ୍ୟୁସନ ସେଣ୍ଟର ମଧ୍ୟ ଅନ୍ତର୍ଭୁକ୍ତ । ଆସନ୍ତା ସପ୍ତାହରେ ଅନଲାଇନ୍ କ୍ଲାସ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ କହିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications