ବୋତ୍ସ୍ବାନାରୁ ଆସିଲେ ଆଉ ୯ ଚିତା
ଆଫ୍ରିକୀୟ ରାଷ୍ଟ୍ର ବୋତ୍ସ୍ବାନାରୁ ଅଣାଯାଇଥିବା ଆଉ ୯ଟି ଚିତା ଶନିବାର ମଧ୍ୟପ୍ରଦେଶର ସିଓପୁର ଜିଲାସ୍ଥିତ କୁନୋ ଜାତୀୟ ପାର୍କରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ତିନି ଅଣ୍ଡିରା ଓ ଛଅ ମାଈ ଚିତା ସାମିଲ ଅଛନ୍ତି। ଏମାନଙ୍କ ଆଗମନ ଫଳରେ ଭାରତରେ ଚିତା ସଂଖ୍ୟା ୪୮କୁ ବୃଦ୍ଧି ପାଇଛି।

'ପ୍ରକଳ୍ପ ଚିତା' ଅନୁଯାୟୀ ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଏହି ୯ ଚିତାଙ୍କୁ ନେଇ ପ୍ରଥମେ ଗ୍ବାଲିୟରରେ ପହଞ୍ଚିଥିଲା। ସେଠାରୁ ହେଲିକପ୍ଟର ଯୋଗେ ଏମାନଙ୍କୁ କୁନୋ ପାର୍କକୁ ଅଣାଯାଇଛି। ପରବର୍ତ୍ତୀ ସମୟରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ଚିତାଙ୍କୁ ସ୍ବତନ୍ତ୍ର ଏନ୍କ୍ଲୋଜର ମଧ୍ୟରେ ଛାଡିବେ ବୋଲି ଜଣାପଡିଛି। ବର୍ତ୍ତମାନ କୁନୋ ପାର୍କରେ ୩୬ଟି ଚିତା ରହିଥିବାବେଳେ ଅନ୍ୟ ତିନିଟି ଚିତାଙ୍କୁ ଗାନ୍ଧୀସାଗର ଅଭୟାରଣ୍ୟରେ ରଖାଯାଇଛି। ସୂଚନାଯୋଗ୍ୟ ୧୯୫୦ରେ ଭାରତରେ ଚିତା ବଂଶ ଲୋପ ପାଇଥିଲା। ଭାରତରେ ଚିତା ବଂଶ ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ଚିତା ପ୍ରକଳ୍ପ'ର ଶୁଭାରମ୍ଭ କରିଥିଲେ। ତଦନୁଯାୟୀ ୨୦୨୨ ସେପ୍ଟେମ୍ବର ୧୭ରେ ଆଫ୍ରିକୀୟ ରାଷ୍ଟ୍ର ନାମିବ୍ୟାରୁ ୮ଟି ଚିତାଙ୍କୁ ଅଣାଯାଇ କୁନୋ ପାର୍କରେ ଥଇଥାନ କରାଯାଇଥିଲା। ୨୦୨୩ ଫେବୃଆରୀରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଅଣାଯାଇଥିଲା












Click it and Unblock the Notifications