ଆତ୍ମସମର୍ପଣ କଲେ ୨ ମହିଳାଙ୍କ ସମେତ ୯ହାର୍ଡକୋର୍‌ ମାଓବାଦୀ

ସୁକମା : ଛତିଶଗଡ଼ ସୁକମାରେ ୯ଜଣ ହାର୍ଡକୋର୍‌ ମାଓବାଦୀ ଶନିବାର ଆତ୍ମସମର୍ପଣ କରିଛନ୍ତି। ୨ ମହିଳା ମାଓବାଦୀଙ୍କ ସମେତ ୯ ଜଣ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୯ଜଣ ମାଓବାଦୀଙ୍କ ନାଁରେ ୪୩ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲ ।

ସୂଚନା ଯୋଗ୍ୟ, କିଛି ଦିନ ତଳେ ଛତିଶଗଡ଼ର ବିଜାପୁର ଜିଲାରେ ଯବାନମାନେ ଯାଉଥିବା ଏକ ଗାଡ଼ିକୁ ମାଓବାଦୀମାନେ ଶକ୍ତିଶାଳୀ ବିସ୍ଫୋରକ ଉପକରଣ (ଆଇଇଡି) ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ବିସ୍ଫୋରଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆର୍ଜି)ର ୮ ଯବାନ ଏବଂ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଗତ ୨ ବର୍ଷ ମଧ୍ୟରେ ମାଓବାଦୀମାନଙ୍କ ଛତିଶଗଡ଼ରେ ଏହା ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି।

'ନିଆଦ ନେଲା ନାର' ଯୋଜନା ଦ୍ୱାରା ପ୍ରଭାବିତ ହେବା ଏବଂ ନୂତନ ଶିବିର ପ୍ରତିଷ୍ଠା ଯୋଗୁଁ ପୁଲିସ ଚାପ ବୃଦ୍ଧି ପାଇଲା। ତେଣୁ ନକ୍ସଲ ଭୟଭୀତ ହୋଇ ଆତ୍ମସମର୍ପଣ କରୁଛନ୍ତି। ଏମାନେ ବୁର୍କାପାଲ ଘଟଣା ସମେତ ୫୦ରୁ ଊର୍ଦ୍ଧ୍ବ ଘଟଣାରେ ସମ୍ପୃକ୍ତ ଥିଲେ।ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Nine Hardcore Maoists Surrender

'ନିଆଦ ନେଲା ନାର' ଯୋଜନା ଦ୍ୱାରା ପ୍ରଭାବିତ ହେବା ଏବଂ ନୂତନ ଶିବିର ପ୍ରତିଷ୍ଠା ଯୋଗୁଁ ପୁଲିସ ଚାପ ବୃଦ୍ଧି ପାଇଲା। ତେଣୁ ନକ୍ସଲ ଭୟଭୀତ ହୋଇ ଆତ୍ମସମର୍ପଣ କରୁଛନ୍ତି। ଏମାନେ ବୁର୍କାପାଲ ଘଟଣା ସମେତ ୫୦ରୁ ଊର୍ଦ୍ଧ୍ବ ଘଟଣାରେ ସମ୍ପୃକ୍ତ ଥିଲେ।ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+