Get Updates
Get notified of breaking news, exclusive insights, and must-see stories!

ଅପରେସନ ସିନ୍ଦୂରରେ ସଫଳତା ପାଇଁ ୯ ବାୟୁସେନା ଅଧିକାରୀଙ୍କୁ ବୀରଚକ୍ର

ସରକାର ଅପରେସନ ସିନ୍ଦୂରର ନାୟକମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ଦେବାକୁ ବିଚାର କରୁଛନ୍ତି । ସୀମା ସୁରକ୍ଷା ବଳ ଏହି ଅପରେସନର ୧୬ ଜଣ ସାହସୀ ସୀମା ରକ୍ଷକଙ୍କ ପାଇଁ ସାହସିକତା ପଦକ ଘୋଷଣା କରିଛନ୍ତି । ସନ୍ଧ୍ୟା ସୁଦ୍ଧା ସେହି ଯୋଦ୍ଧାମାନଙ୍କ ନାମ ମଧ୍ୟ ଘୋଷଣା କରିପାରେ ସେନା । ଯେଉଁମାନଙ୍କୁ ଏହା ବିଶେଷ ସମ୍ମାନରେ ସମ୍ମାନିତ କରାଯିବ । ଏଥର ସ୍ୱାଧୀନତା ଦିବସ ପାଳନ ସମ୍ପୂର୍ଣ୍ଣ ଭାବରେ ଅପରେସନ ସିନ୍ଦୂର ପାଇଁ ଉତ୍ସର୍ଗୀକୃତ ହେବ ବୋଲି ଅନୁମାନ କରାଯାଇଛି ।

ଭାରତୀୟ ବାୟୁସେନାର ୯ ଜଣ ଅଧିକାରୀ, ଯେଉଁମାନେ ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନର ମୁରିଦ୍‌କେ ଓ ବାହାୱଲପୁରରେ ଲସ୍କର-ଏ-ତୋଇବା (ଏଲଇଟି) ଓ ଜୈଶ-ଏ-ମହମ୍ମଦ (ଜେଇଏମ) ଆତଙ୍କୀ ସଂଗଠନର ମୁଖ୍ୟାଳୟ ସମେତ ପାକିସ୍ତାନୀ ସୈନ୍ୟ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିଥିଲେ, ସେମାନଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ଯୁଦ୍ଧକାଳୀନ ବୀରତ୍ୱ ପୁରସ୍କାର ବୀରଚକ୍ର ପ୍ରଦାନ କରାଯିବ। ଏହି ସମ୍ମାନ ସ୍ୱାଧୀନତା ଦିବସ ଅବସରରେ ପ୍ରଦାନ କରାଯିବ।

sindoor

ସେହିଭଳି ୧୩ ବାୟୁସେନା ଅଧିକାରୀ ପାଇବେ ବିଶିଷ୍ଟ ଯୁଦ୍ଧସେବା ମେଡାଲ୍‌ ପ୍ରଦାନ କରାଯିବ। ଏୟାର ଭାଇସ୍‌ ମାର୍ଶଲ ଯୋଶେଫ୍‌ ସୁରେଶ, ଏଭିଏମ୍‌ ପ୍ରଜୁଆଲ ସିଂ, ଏୟାର କମାଣ୍ଡର ଅଶୋକ ରାଜ ଠାକୁର ଯୁଦ୍ଧସେବା ମେଡାଲ୍‌ ପାଇବେ।
୨୨ ଏପ୍ରିଲରେ ପାକିସ୍ତାନ ଦ୍ୱାରା ଆତଙ୍କବାଦୀମାନେ ପହଲଗାମ ବୁଲିବାକୁ ଆସୁଥିବା ନିରୀହ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୨୬ ଜଣଙ୍କୁ ଜୀବନ ଲିଭିଯାଇଥିଲା । ୧୪ ଦିନ ପରେ, ୬ ଏବଂ ୭ ମେ ମାସ ରାତିରେ, ଭାରତୀୟ ସେନା ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ଏକ ବଡ଼ ଆକ୍ରମଣ କରିଥିଲା ।

ମାତ୍ର ୨୨ ମିନିଟ୍ ମଧ୍ୟରେ ଆତଙ୍କବାଦୀଙ୍କ ଗଠନ ଧ୍ୱଂସ ପାଇଥିଲା । ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ଭାରତ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଅପରେସନ ସିନ୍ଦୁର ଶେଷ ହୋଇନାହିଁ । ଯଦି ପାକିସ୍ତାନର ପୃଷ୍ଠପୋଷକତାରେ ନିରୀହ ଲୋକଙ୍କୁ ମାରିବାକୁ ପୁଣିଥରେ ଚେଷ୍ଟା କରେ ତେବେ ଏହାର ଜବାବ ଆହୁରି କଠୋର ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+