ଅତୁଲଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ନିକିତା, କହିଲେ ଘରୁ ବାହାର କରିବା ସହ ମାଡ଼ ମାରିଥିଲେ ...
ବେଙ୍ଗାଲୁରୁ: ଏଆଇ ସଫ୍ଟଓ୍ବେୟାର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ପୋଲିସର ତଦନ୍ତ ଜାରି ରହିଛି। ଅଭିଯୁକ୍ତ ନିକିତା ସିଂଘାନିଆ, ନିଶା ଓ ଅନୁରାଗଙ୍କ ନ୍ୟାୟିକ ହେପାଜତ ଶେଷ ହେବାକୁ ଯାଉଛି। ତା ପୂର୍ବରୁ ନିକିତାଙ୍କ ସହ ତାଙ୍କ ମା' ଓ ଭାଇ ଜାମିନ୍ ଆବେଦନ ଦାଖଲ କରିଛନ୍ତି। ତେବେ ଏହା ଭିତରେ ମାମଲାକୁ ନେଇ ଚକିତ କରିଦେବା ଭଳି କଥା ସାମନାକୁ ଆସିଛି।
ଏହି ମାମଲାରେ ଜୌନପୁର କୋର୍ଟର ପୁରୁଣା ଦସ୍ତାବିଜ ସାମନାକୁ ଆସିଛି। ଏହି ଦସ୍ତାବିଜରେ ନିକିତା ନିଜର ସଫେଇ ଦେଇଛନ୍ତି। ଏହାଛଡା ଅତୁଲଙ୍କ ଉପରେ ନିକିତା ବହୁ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ନିକିତା ନିଜର ସ୍ପଷ୍ଟୀକରଣରେ କହିଛନ୍ତି ଯେ ଅତୁଲ ହିଁ ତାଙ୍କୁ ଘରୁ ବାହାର କରିଦେଇଥିଲେ।
ଅତୁଲ ମୋତେ ଦୁଇଥର ଘରୁ ବାହାର କରିଦେଇଥିଲେ। ମେ ୨୦୨୧ରେ ମୋତେ ଘରୁ ବାହାରକୁ ବାହାର କରିଦେଇଥିଲେ। ଏହା ପରେ ପୁଣି ସେପ୍ଟେମ୍ବର ୨୦୨୧ରେ ବେଙ୍ଗାଲୁରୁ ଅତୁଲଙ୍କ ପାଖକୁ ଯାଇଥିଲେ। କିନ୍ତୁ ସେ ମୋତେ ଘର ଭିତରକୁ ଯିବାକୁ ଦେଲେ ନାହିଁ। ଫଳରେ ପୋଲିସ ନିକଟରେ ଅଭିଯୋଗ କରିଥିଲୁ।

ଅତୁଲ ମୋ ମାଆଙ୍କ ଆଗରେ ମୋତେ ବାଡେଇଥିଲେ। ସେ ମୋତେ ଘରୁ ବାହାର କରିଦେଇଥିଲେ ଏବଂ ମୋର ସମସ୍ତ ଅଳଙ୍କାର, ପୋଷାକ ଏବଂ ଗୁରୁତ୍ୱପୂର୍ଣ୍ଣ ଏଫଡି ଡକ୍ୟୁମେଣ୍ଟ ମଧ୍ୟ ନେଇ ଯାଇଥିଲେ ବୋଲି ଅଭିଯୋଗ କରିଛନ୍ତି।












Click it and Unblock the Notifications