ନାଇଟ୍ କ୍ଲବ ଅଗ୍ନିକାଣ୍ଡ ମାମଲା, ଫେରାର ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟ ସସପେଣ୍ଡ୍

ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ ମାମଲାରେ ଫେରାର ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟ ସସପେଣ୍ଡ୍ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅନୁମୋଦନ ପରେ ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟ ସସପେଣ୍ଡ୍ କରାଯାଇଛି । ପାସପୋର୍ଟ ସସପେଣ୍ଡ୍ ପରେ ଅନ୍ୟ କୁଆଡେ ଯାତ୍ରା କରିପାରିବେନି ଲୁଥ୍ରା ବ୍ରଦର୍ସ । ପାସପୋର୍ଟ ସସପେଣ୍ଡ୍ ହେଲା ପରେ ସେ ଏବେ ଥାଇଲାଣ୍ଡର ଫୁକେଟରୁ ଆଗକୁ ଯାତ୍ରା କରିପାରିବେ ନାହିଁ ।

Nightclub fire case

ତଦନ୍ତରୁ ଜଣାପଡ଼ିଛି ଯେ, ନିଆଁ ଲାଗିବାର ମାତ୍ର କିଛି ଘଣ୍ଟା ମଧ୍ୟରେ, ଅର୍ଥାତ୍ ଡିସେମ୍ବର ୭ ତାରିଖ ୧:୧୭ ମିନିଟରେ ସେମାନେ ଫୁକେତ ପାଇଁ ଟିକେଟ୍ ବୁକ୍ କରିଥିଲେ । ଯାହାକୁ ଖସି ପଳାଇବାର ଏକ ସ୍ପଷ୍ଟ କୌଶଳ ବୋଲି ପୋଲିସ କହୁଛି । ସେପଟେ ଦୁଇ ଅଭିଯୁକ୍ତ ଗୌରବ ଏବଂ ସୌରଭ ଲୁଥ୍ରାଙ୍କୁ ଧରିବାକୁ ଘେରିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି ଗୋଆ ପୋଲିସ । କେନ୍ଦ୍ରୀୟ ଏଜେନ୍ସିର ସହାୟତାରେ ୪୮ ଘଣ୍ଟା ମଧ୍ୟରେ ଇଣ୍ଟରପୋଲକୁ ବ୍ଲୁ -କର୍ଣ୍ଣର ନୋଟିସ୍ ଜାରି କରାଯାଇଛି ।

ଅନ୍ୟପଟେ ଦିଲ୍ଲୀର ରୋହିଣୀ କୋର୍ଟରେ ଲୁଥ୍ରା ବ୍ରଦର୍ସ କରିଥିବା ଅନ୍ତରୀଣ ଜାମିନ ଆବଦେନକୁ ଖାରଜ କରିଛନ୍ତି କୋର୍ଟ । ଦୁଇ ଭାଇ ଜାମିନ ଆବେଦନରେ ଏହା ପୂର୍ବ ନିର୍ଦ୍ଧାରିତ ବ୍ୟବସାୟିକ ଯାତ୍ରା ବୋଲି କହି କୋର୍ଟଙ୍କୁ ଜାମିନ ମାଗିଥିଲେ, ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଛନ୍ତି । ଦିଲ୍ଲୀରୁ ଗିରଫ ହୋଇଥିବା ଅନ୍ୟତମ ସହ-ମାଲିକ ଅଜୟ ଗୁପ୍ତାଙ୍କୁ ୩୬ ଘଣ୍ଟା ପାଇଁ ରିମାଣ୍ଡରେ ପଠାଯାଇଛି ।

ସୂଚନାଯୋଗ୍ୟ, ଗତ ଶନିବାର ଦିନ ନାଇଟ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଗୋଆର ଭାଗାଟୋର ବିଚରେ ଥିବା ରୋମିଓ ଲେନ ସାକକୁ ମାଟିରେ ମିଶାଇଛି ଗୋଆ ପ୍ରଶାସନ । ଭାଗାଟୋର ବିଚରେ ଥିବା ରୋମିଓ ଲେନ ସାକ ସରକାରୀ ଜମିକୁ ଜବରଦଖଲ କରି ନିର୍ମାଣ କରାଯାଇଥିଲା । ନାଇଟ କ୍ଲବର ଅଗ୍ନି ନିରାପତ୍ତା ଅନୁମତି, ନିର୍ମାଣ ଅନୁମତି ଓ ପରିବେଶ ମଞ୍ଜୁରୀ ନଥିବା ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+