ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି GCON ସମ୍ମାନରେ ସମ୍ମାନିତ, ଏଲିଜାବେଥଙ୍କ ପରେ ମୋଦି ପାଇଛନ୍ତି ଏହି ସମ୍ମାନ

ନୂଆଦିଲ୍ଲୀ : ତିନିଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ସମୟରେ ରବିବାର ନାଇଜେରିଆରେ ପହଞ୍ଚିଛନ୍ତି ମୋଦି । ଦୀର୍ଘ ୧୭ ବର୍ଷ ପରେ ଏହି ପଶ୍ଚିମ ରାଷ୍ଟ୍ର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ନାଇଜେରିଆ ରାଜଧାନୀ ଆବୁଜାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଭାରତୀୟ ସମୁଦାୟ । ନାଇଜେରିଆର ପାରମ୍ପରିକ ନୃତ୍ୟ ବାଦ୍ୟରେ ମୋଦିଙ୍କୁ କରାଯାଇଥିଲା ସ୍ବାଗତ । ମୋଦି ମୋଦି ନାରାରେ କମ୍ପିଥିଲା ନାଇଜେରିଆର ଆବୁଜା ଅଞ୍ଚଳ। ମରାଠୀ ସମୁଦାୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଖୁସି ବ୍ୟକ୍ତ କରିଥିଲେ ।

ଦୀର୍ଘ ୧୭ ବର୍ଷ ପରେ ପ୍ରଧାନମନ୍ତ୍ରୀ ଏହି ପଶ୍ଚିମ ରାଷ୍ଟ୍ର ଗସ୍ତ କରିଥିବା ବେଳେ ଏବେ ନାଇଜେରିଆର ସର୍ବୋଚ୍ଚ ନାଗରିକ ସମ୍ମାନ 'ଗ୍ରାଣ୍ଡ୍‌ କମାଣ୍ଡର ଅଫ୍‌ ଦ ଅର୍ଡର ଅଫ୍‌ ଦ ନାଇଜର' (ଜିକନ୍) ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ ନାଇଜେରିଆ ସରକାର । ତେବେ ରାଣୀ ଏଲିଜାବେଥ୍‌ ଏକମାତ୍ର ବିଦେଶୀ ଭାବେ ୧୯୬୯ରେ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । କୌଣସି ବିଦେଶୀ ରାଷ୍ଟ୍ର ପକ୍ଷରୁ ମୋଦିଙ୍କୁ ଏହା ସପ୍ତଦଶ ସମ୍ମାନ ।

PM Modi with GCON award

ତେବେ ପୂର୍ବରୁ ରାଣୀ ଏଲିଜାବେଥ ଏକମାତ୍ର ବିଦେଶୀ ଭାବେ ୧୯୬୯ ମସିହାରେ ସମ୍ମାନିତ ହୋଇଥିଲେ । ଏଲିଜାବେଥଙ୍କ ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାର ପାଇଛନ୍ତି । ଏହାପୂର୍ବରୁ ମୋଦିଙ୍କୁ ଫ୍ରାନ୍ସ, ଜାପାନ, ଅଷ୍ଟ୍ରେଲିଆ ଭଳି ଦେଶ ମଧ୍ୟ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିସାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+