କରଣି ସେନା ସଭାପତି ସୁଖଦେବ ସିଂ ଗୋଗାମେଡିଙ୍କ ହତ୍ୟା ମାମଲାର ତଦନ୍ତ କରିବ NIA
Sukhdev Gogamedi Murder Case: କରଣି ସେନା ସଭାପତି ସୁଖଦେବ ସିଂ ଗୋଗାମେଡିଙ୍କ ହତ୍ୟା ମାମଲାର ଅନୁସନ୍ଧାନ କରିବ ଏନଆଇଏ । ଗୃହ ମନ୍ତ୍ରଣାଳୟ ମଙ୍ଗଳବାର ଦିନଗୋଗାମେଡି ହତ୍ୟା ମାମଲାର ତଦନ୍ତକୁ ଏନଆଇଏକୁ ହସ୍ତାନ୍ତର କରିଛି।
ଏହି ତଦନ୍ତ ଏନଆଇଏକୁ ହସ୍ତାନ୍ତର କରାଯିବାର କାରଣ ଗୋଗାମେଡି ହତ୍ୟାକାଣ୍ଡରେ ଜଣେ ଗ୍ୟାଙ୍ଗଷ୍ଟର ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ତେବେ ଏହାର ମୁଖ୍ୟ କାରଣ ହେଉଛି ଗୋଗାମେଡି ହତ୍ୟାକାଣ୍ଡର ଦାୟିତ୍ୱ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସଦସ୍ୟ ରୋହିତ ଗୋଦାରା ନେଇଥିଲେ । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏନେଇ ସୂଚନା ଦେଇଥିଲେ ।

ରୋହିତ ଗୋଦାରା ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲେ, 'ଆଜି ସୁଖଦେକ୍ ଗୋଗାମେଡିଙ୍କୁ ହତ୍ୟା କରାଯାଇଛି। ଆମେ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ନେଉଛୁ । ଆମେ ଏହି ହତ୍ୟାକାଣ୍ଡ ଘଟାଇଛୁ। ସେ ଆମର ଶତ୍ରୁମାନଙ୍କ ସହ ସହଯୋଗ କରୁଥିଲେ । ଆମର ଅନ୍ୟ ଶତ୍ରୁ ମାନଙ୍କୁ ସାବଧାନ ରହିବା ପାଇଁ ମଧ୍ୟ ଆମେ ୱାର୍ଣ୍ଣିଂ ଦେଉଛୁ ।'












Click it and Unblock the Notifications