Get Updates
Get notified of breaking news, exclusive insights, and must-see stories!

ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ NIA ଦାଖଲ କରିବ ଚାର୍ଜସିଟ୍

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା NIA । ଜମ୍ମୁର ଏକ ସ୍ୱତନ୍ତ୍ର NIA କୋର୍ଟରେ ଚାର୍ଜସିଟ୍ ଦାଖଲ ହେବ । ୨୦୨୫ ଏପ୍ରିଲ ୨୨ ତାରିଖରେ ପହଲଗାମ ବୈସରନ ଉପତ୍ୟାକାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।

ପାକିସ୍ତାନ ଭିତ୍ତିକ ଲସ୍କର-ଏ-ତୋଇବା (LeT)ର ତିନିଜଣ ଆତଙ୍କବାଦୀ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା । ତା ଭିତରେ ଅଧିକାଂଶ ପର୍ଯ୍ୟଟକ ଥିଲେ । ଆକ୍ରମଣରେ ୧୬ ଜଣ ଆହତ ହୋଇଥିଲେ।

army

'ଦି ରେଜିଷ୍ଟାନ୍ସ ଫ୍ରଣ୍ଟ' ବା TRF ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ତିନି ଆତଙ୍କବାଦୀ ସୁଲେମାନ ଓରଫ ଫୈଜଲ ଜାଟ୍, ହାମଜା ଆଫଗାନି ଏବଂ ଜିବ୍ରାନ, ଜୁଲାଇ ୨୮ ତାରଖରେ ନିହତ ହୋଇଥିଲେ । ଶ୍ରୀନଗର ନିକଟରେ ଚାଲିଥିବା ଅପରେସନ୍ ମହାଦେବରେ ସୁରକ୍ଷା ବାହିନୀ ଦ୍ୱାରା ନିହତ ହୋଇଥିଲେ ।

ଜୁନ୍ ୨୦୨୫ରେ, NIA ଦୁଇଜଣ ସ୍ଥାନୀୟ ବ୍ୟକ୍ତି ପରଭେଜ୍ ଅହମ୍ମଦ ଜୋଥର ଏବଂ ବଶିର ଅହମ୍ମଦ ଜୋଥରଙ୍କୁ ଗିରଫ କରିଥିଲା । ସେମାନେ ଆତଙ୍କବାଦୀଙ୍କୁ ଆଶ୍ରୟ, ଖାଦ୍ୟ ଏବଂ ଅନ୍ୟାନ୍ୟ ସାହାଯ୍ୟ ଯୋଗାଇଥିଲେ । ପଚରାଉଚରା ବେଳେ ଆକ୍ରମଣକାରୀଙ୍କ ପରିଚୟ ପ୍ରକାଶ କରିଥିଲେ । ଭାରତୀୟ ସେନା ମେ ୭ତାରିଖରେ 'ଅପରେସନ୍ ସିନ୍ଦୂର'ରେ ପହଲଗାମ ଆକ୍ରମଣର ଜବାବ ଦେଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+