ହିନ୍ଦୁମାନଙ୍କୁ ତୁରନ୍ତ ସ୍ୱଦେଶ ଫେରିବାକୁ ଧମକ ଦେଇ ଅଡୁଆରେ ପନ୍ନୁ, ଏନଆଇଏ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ
India Canada Row: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପାତୱନ୍ତ ସିଂହ ପନ୍ନୁ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଏନଆଇଏ ।
ଅମୃତସର ଏବଂ ଚଣ୍ଡିଗଡ଼ରେ ପାନ୍ନୁଙ୍କ ସମ୍ପତ୍ତି ଜବତ କରିଛି ଭାରତୀୟ ତଦନ୍ତକାରୀ ସଂସ୍ଥା । ବର୍ତ୍ତମାନ ପନ୍ନୁ କାନାଡାରେ ରୁହନ୍ତି ଏବଂ ଭିଡିଓ ରିଲିଜ୍ କରି ଭାରତ ବିରୁଦ୍ଧରେ ମନ୍ତବ୍ୟ ଦେଇଥାନ୍ତି । ସେ ପଞ୍ଜାବରେ ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ମଧ୍ୟ ସେ ଲିପ୍ତ ଥିବା ନେଇ ସୂଚନା ରହିଛି ।

ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶନିବାର ଦିନ ପଞ୍ଜାବର ଦୁଇଟି ସ୍ଥାନରେ ତାଙ୍କ ସମ୍ପତ୍ତି ଜବତ କରିବା ପାଇଁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂଚନାନୁସାରେ, ଏନଆଇଏ କୋର୍ଟର ନିର୍ଦ୍ଦେଶରେ ଚଣ୍ଡିଗଡ଼ରେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଘର ଜବତ କରାଯାଇଥିଲା ଏବଂ ଅମୃତସରରେ ଥିବା ତାଙ୍କ ଜମି ଜବତ କରାଯାଇଛି ।
#WATCH | On the orders of the NIA court, NIA officials pasted a property confiscation notice outside a house owned by banned Sikhs for Justice (SFJ) founder and designated terrorist Gurpatwant Singh Pannu, in Chandigarh. pic.twitter.com/Q2p59nrdlt
— ANI (@ANI) September 23, 2023
କାନାଡାରେ ରହୁଥିବା ହିନ୍ଦୁଙ୍କୁ ସ୍ୱଦେଶ ଫେରିଯିବାକୁ ଧମକ ଦେବା ପରେ ଆକ୍ସନ ମୋଡରେ ଆସିଛି ଏନଆଇଏ । ଦେଶଦ୍ରୋହୀ ମମଲା ସହ ପନ୍ନୁ ନାଁରେ ମୋଟ୍ ୨୨ଟି ଅପରାଧିକ ମାମଲା ପଞ୍ଜାବରେ ରହିଛି । ଏହାକୁ ଆଧାର କରି ଏନଆଇଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୨୦୨୦ରେ ତାଙ୍କର ସମ୍ପତ୍ତିକୁ ସିଜ୍ କରାଯାଇଥିଲା ।
ଭାରତ ଓ କାନାଡା ମଧ୍ୟରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟାକୁ ନେଇ କୂଟନୀତିକ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ପନ୍ନୁ ଏତ ଭିଡିଓ ଜାରି କରି ଇଣ୍ତୋ-କାଡାଡିଆନ ହିନ୍ଦୁମାନଙ୍କୁ ତୁରନ୍ତ କାନାଡା ଛାଡିବାକୁ ପନ୍ନୁ ଧମକ ଦେଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ଏନଆଇଏ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।












Click it and Unblock the Notifications