ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ୬୦ଟି ସ୍ଥାନରେ ଏନଆଇଏର ଚଢାଉ
ନୂଆଦିଲ୍ଲୀ: ମାଓବାଦୀ ଲିଙ୍କ୍ ସନ୍ଦେହରେ ସୋମବାର ଦିନ ଆନ୍ଧ୍ରପ୍ରଦେଶର ଓ ତେଲେଙ୍ଗାନାରେ ୬୦ଟି ସ୍ଥାନରେ ଚଢଉ । ସୂଚନା ଅନୁସାରେ, ବର୍ତ୍ତମାନ ମଧ୍ୟ ଆନ୍ଧ୍ରପ୍ରଦେଶର ପ୍ରକାଶମ ଏବଂ ଶ୍ରୀକାଲୁକମ ଜିଲ୍ଲାରେ ଏବଂ ହାଇଦ୍ରାବାଦରେ ଏକ ଟିମ୍ ଯାଞ୍ଚ୍ ଜାରି ରଖିଛି ।
ସୂଚନାଅନୁସାରେ, ମାଉବାଦୀଙ୍କ ନିକଟରେ ବିସ୍ଫୋରକ ସାମଗ୍ରୀ ଓ ଡ୍ରୋନ୍ ଜବତ ମାମଲାରେ ଏନଆଇଏ ପକ୍ଷରୁ ଛତିଶଗଡ଼ ଏବଂ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ଚଢାଉ ସରିବା ପରେ ଆଜି ପୁଣି ତେଲେଙ୍ଗାନା ଏବଂ ହାଇଦ୍ରାବାଦରେ ଯାଞ୍ଚ୍ ଆରମ୍ଭ କରାଯାଇଛି । ଖବର ଅନୁସାରେ, ମାଓବାଦୀଙ୍କ ସହ ଲିଙ୍କ୍ ରଖିଥିବା ସଂଗଠନ ନେତାଙ୍କ ବାସଭବନରେ ଚଢାଉ କରାଯାଉଛି । ଡୁଡୁ, ଭେଙ୍କଟରାଓ, ଓରୁ ଶ୍ରୀନିବାସ ରାଓ, ନାଗରିକ ଅଧିକାର ନେତା ନସରଙ୍କ ସମେତ ଅନ୍ୟ ନେତାଙ୍କ ଘରେ ଯାଞ୍ଚା ପ୍ରକ୍ରିୟା ଜାରି ରହିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ହର୍ଲିକ୍ସ ଫ୍ୟାକ୍ଟ୍ରି କର୍ମଚାରୀ କୋଣାଲ ଲାଜାରଙ୍କ ଘରେ ମଧ୍ୟ ଏନଆଇଏ ଅଧିକାରୀ ମାନେ ଯାଞ୍ଚ୍ କରୁଛନ୍ତି । ତେବେ ମାଓବାଦୀ ମାନେ ଡ୍ରୋନ୍ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀର ପରବିନ କରୁଥିବାର ଖବର ମିଳିବା ପରେ ଏହି ତଦନ୍ତ ଆରମ୍ଭ କରାଯାଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications