ଏହି ମାମଲାରେ ତାମିଲନାଡ଼ୁର ୨୫ ସ୍ଥାନରେ NIA କଲା ଚଢାଉ

ତାମିଲନାଡ଼ୁର ୨୫ଟି ସ୍ଥାନରେ ଏନଆଇଏ ଟିମ୍‌ର ଚଢାଉ। ରାଜଧାନୀ ଚେନ୍ନାଇ ଏବଂ ମୟିଲାଦୁଥୁରାଇ ଜିଲ୍ଲାରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଚଢାଉ ୨୦୨୨ ମସିହାରେ ହୋଇଥିବା କୋଏମ୍ବାଟୁର କାର ବୋମା ବିସ୍ଫୋରଣର ଘଟଣାର ସହିତ ଜଡିତ ହୋଇପାରେ ବୋଲି କୁହାଯାଉଛି। ସୂଚନା ଅନୁସାରେ, ଏହି ମାମଲାର ତଦନ୍ତରେ ଆରବିକ ଭାଷା କେନ୍ଦ୍ରର ନାମ ଏନ୍ଆଇଏ ସାମ୍ନାରେ ଆସିଛି ଏବଂ ଏହି କେନ୍ଦ୍ର ସହ ଜଡିତ ଲୋକଙ୍କ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି। ଆତଙ୍କବାଦୀ ସଂଗଠନ ସହିତ ଏହି ଲୋକଙ୍କ ସମ୍ପର୍କ ଥିବା ସନ୍ଦେହରେ ଏନଆଇଏ ତଦନ୍ତ ଜାରି ରଖିଛି।

୨୦୨୨ ମସିହା ଅକ୍ଟୋବର ୨୩ ତାରିଖରେ କୋଏମ୍ବାଟୁର ଉକ୍କଦମର ଇଶ୍ୱର କୋବିଲ ଛକରେ ଥିବା ପ୍ରାଚୀନ ଅରୁଲମିଗୁ କୋଟଇ ସଙ୍ଗମେଶ୍ୱରା ଥିରୁକ୍କୋଭିଲ ମନ୍ଦିର ସମ୍ମୁଖରେ ଏକ କାର ବୋମା ବିସ୍ଫୋରଣ ହୋଇଥିଲା। କାରଟି ଜେମ୍ସ ମୁବେନ ନାମକ ଜଣେ ବ୍ୟକ୍ତି ଚଲାଉଥିଲା। କାରଟି ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣରେ ଲୋଡ୍ ହୋଇଥିଲା । ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା । ଯେଉଁଥିରେ ଜେମ୍ସ କାର ସହିତ ନିଜକୁ ବିସ୍ଫୋରଣ କରିଥିଲେ ।

NIA

ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ଆକ୍ରମଣରେ ସେ ତାହାନସିର ଏବଂ ମହମ୍ମଦ ତୌଫିକ ନାମକ ଦୁଇ ଜଣଙ୍କ ସହ ଯୋଗାଯୋଗ କରିଥିଲେ।ଜେମ୍ସ ମୁବେନଙ୍କ ସହ ତାହାନସିର ଏବଂ ମହମ୍ମଦ ତୌଫିକ ଏହି ଷଡଯନ୍ତ୍ର ରଚିଥିଲେ। ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଅଭିଯୁକ୍ତ ଜେମ୍ସ ମଧ୍ୟ ଆଇଏସ୍ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଏହି ମାମଲା ପ୍ରଥମେ କୋଏମ୍ବାଟୁର ସହରର ଉକ୍କାଡାମ ପୋଲିସ ଷ୍ଟେସନ ଦ୍ୱାରା ପଞ୍ଜୀକୃତ ହୋଇଥିଲା ଏବଂ ପରେ ଏହି ମାମଲା ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା।

୨୭ ଅକ୍ଟୋବର ୨୦୨୨ ରେ ଏନଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ଏନଆଇଏ ଏକ ଡଜନରୁ ଅଧିକ ଲୋକଙ୍କୁ ଗିରଫ କରି ପଚରାଉଚରା କରିଛି। ସମ୍ପୃକ୍ତ ଲୋକଙ୍କ ଆଇଏସ୍ଆଇଏସ୍ ଲିଙ୍କ୍ ଖୋଜିବା ଲକ୍ଷ୍ୟରେ ବର୍ତ୍ତମାନ ଚଢାଉ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+