ଜମ୍ମୁକାଶ୍ମୀରର ୧୦୦ଟି ସ୍ଥାନରେ NIA ରେଡ୍
Jammu And Kashmir: ଜମ୍ମୁକାଶ୍ମୀରର ୧୦୦ଟି ସ୍ଥାନରେ NIA'ଟିମର ରେଡ୍ । ପହଲଗାମ ଆତଙ୍କାଦୀ ଆକ୍ରମଣକୁ ନେଇ ଏନଆଇଏର ଛାନଭିନ୍ ଆରମ୍ଭ ହୋଇଛି । ଆତଙ୍କୀ ଆକ୍ରମଣ ପରେ ଜମ୍ମୁର ଅନେକ ପର୍ଯ୍ୟଟନ ସ୍ଥଳକୁ ବନ୍ଦ ରଖାଯିବାର ନିଷ୍ପତ୍ତି ନେଇଛନ୍ତି ସରକାର ।
ସେହିପରି ପହଲଗାମ ହମଲା ଆଗରୁ ଆତଙ୍କବାଦୀ ମାନେ ରେକି କରିଥିବା ନେଇ ମଧ୍ୟ ସୂଚନା ରହିଛି । ଆକ୍ରମଣ କରିବାର ୨ ଦିନ ଆଗରୁ ପହଲଗାମରେ ଡେରା ପକାଇଥିଲେ ଆତଙ୍କୀ । ବୈସରନ୍ ଘାଟି ସହ ୩ଟି ସ୍ଥାନ ମଧ୍ୟ ଆତଙ୍କୀଙ୍କ ଟାର୍ଗେଟରେ ରହିଥିଲା ଏବଂ ଏହି ସମସ୍ତ ସ୍ଥାନରେ ରେକି କରିଥିଲେ ଲସ୍କର ଆତଙ୍କବାଦୀ ମାନେ । ଏନେଇ କାଶ୍ମୀରରେ କିଛି ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି ।

ଖବର ଏହା ମଧ୍ୟ ରହିଛି ଯେ ୧୫ ତାରିଖରୁ ପହଲଗାମରେ ପହଞ୍ଚି ସାରିଥିଲେ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରର ଜଙ୍ଗଲରେ ଲୁଚି ରହିଛନ୍ତି ପହଲଗାମ ଆକ୍ରମଣ କରିଥିବା ଆତଙ୍କବାଦୀ ।












Click it and Unblock the Notifications