ପହଲଗାମ୍ ଆତଙ୍କୀ ହମ୍ଲାରେ NIAର ତଦନ୍ତ ; ଆକ୍ରମଣସ୍ଥଳରେ ପହଞ୍ଚି NIA ଟିମ୍ର ଅନୁଧ୍ୟାନ
ପହଲଗାମ୍ ଆତଙ୍କୀ ହମ୍ଲାରେ NIAର ତଦନ୍ତ । ଆକ୍ରମଣସ୍ଥଳରେ ପହଞ୍ଚି NIA ଟିମ୍ର ଅନୁଧ୍ୟାନ। ଜମ୍ମୁ-କାଶ୍ମୀର ପୋଲିସ ସହ ସ୍ପଟ୍ରେ NIA ଟିମ୍ ।ଜମ୍ମୁ-କାଶ୍ମୀର ଆତଙ୍କୀ ହମ୍ଲା ପରେ ହାଇଆଲର୍ଟରେ ଦିଲ୍ଲୀ, ମୁମ୍ବାଇ ।
ପର୍ଯ୍ୟଟନସ୍ଥଳୀ ଉପରେ କଡ଼ା ନଜର ନିର୍ଦ୍ଦେଶ । ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢ଼ିଲା ।
ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୈବାର ସହଯୋଗୀ ସଂଗଠନ ଟିଆରଏଫ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି । ତେବେ ପୋଲିସ ପୋଷାକରେ ଆସି ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ ।

ପହଲଗାମ ନିକଟସ୍ଥ ବେତାବ ଉପତ୍ୟକାର ୧୦ କିଲୋମିଟର ଦୂରରେ ବୈସାରନ ଅଞ୍ଚଳକୁ ଆତଙ୍କବାଦୀମାନେ ଆସି ପ୍ରଥମେ ଜଣଜଣଙ୍କର ନାମ ପଚାରିଲେ ଏବଂ ଏହାପରେ ଗୁଳି ଚଳାଇଥିଲେ । ଯେଉଁମାନେ ମୁସଲମାନ ନଥିଲେ ସେମାନଙ୍କୁ ଗୁଳି ଚଳାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
୨୦୧୯ ଫେବୃଆରୀ ପୁଲଓ୍ବାମା ଆକ୍ରମଣ ପରେ ଏହା କାଶ୍ମୀରରେ ସବୁଠାରୁ ବଡ ଆତଙ୍ଗୀ ଆକ୍ରମ ବୋଲି କୁହାଯାଉଛି । ତେବେ ମୋଦୀ ସାଉଦୀରୁ ଫେରି ବୈଠକ କରିଛନ୍ତି












Click it and Unblock the Notifications