ପହଲଗାଓଁ ଆକ୍ରମଣ ମାମଲାରେ ଏନଆଇଏକୁ ବଡ଼ ସଫଳତା, ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ୨ ଗିରଫ
ଖୋଲୁଛି ପହଳଗାମ ଆକ୍ରମଣର ଅଡୁାଆ ସୂତା । ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଜି ଏଥିରେ ଜଡିତ ଦୁଇ ଜଣଙ୍କୁ ଗିରଫ କରିଛି । ଏହି ବ୍ୟକ୍ତି ଦୁଇଜଣ ଆତଙ୍କବାଦୀଙ୍କୁ ରହିବା ପାଇଁ ଘର ଓ ଖାଇବା ପିଇବାର ସମସ୍ତ ସୁବିଧା ଯୋଗାଇ ଦେଇଥିଲେ ବୋଲି ଏନଆଇଏ ପ୍ରକାଶ କରିଛ ।

ଗିରଫ ବ୍ୟକ୍ତି ଦୁଇଜଣ ହେଲେ ପହଲଗାମ ବାଟକୋଟର ପରଭେଜ ମହମ୍ମଦ ଜୋଥାର ଓ ହିଲପାର୍କର ବସିର ଅହମ୍ମଦ ଜୋଥାର । ଦୁହେଁ ଉକ୍ତ ତିନିଜଣ ଆତଙ୍କବାଦୀଙ୍କ ପରଚୟ ପ୍ରକାଶ କରିଛନ୍ତି ଯେଉଁମାନେ ସେଦିନ ଏହି କାଣ୍ଡ ଘଟାଇଥିଲେ । ଉକ୍ତି ୩ ଜଣ ଆତଙ୍କବାଦୀ ପାକିସ୍ତାନୀ ହୋଇଥିବା ବେଳେ ସେମାନେ ଲସ୍କର-ଇ ତୋଇବାର ବୋଲି ଗିରଫ ବ୍ୟକ୍ତି ଦ୍ବୟ ଏନଆଇଏକୁ ସୂଚନା ଦେଇଛନ୍ତି ।
ପରଭେଜ ଓ ବସିର ଜାଣିକରି ଏହି ୩ ଜଣ ଆତଙ୍କବାଦୀଙ୍କୁ ରହିବା ଖାଇବା ସହ ସବୁ ପ୍ରକାର ସହଯୋଗ କରିଥିଲେ ବୋଲି ଏନଆଇଏ ସୂଚନା ଦେଇଛି । ଏନଆଇଏ ଏହି ଦୁଇଜଣଙ୍କୁ ବିଭିନ୍ନ ଦଫାରେ ଗିରଫ କରିବା ସହ ତଦନ୍ତ ଜାରି ରଖିଛି । ପ୍ରକାଶଯୋଗ୍ୟ, ପହଲଗାମ ଆକ୍ରମଣ ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା । ଯେଉଁଥିରେ ଆତଙ୍କବାଦୀମାନେ ନିରୀହ ପର୍ଯ୍ୟଟକଙ୍କୁ ସେମାନଙ୍କର ଜାତି ପଚାରି ହତ୍ୟା କରିଥିଲେ ।












Click it and Unblock the Notifications